ବାହୁଡିଲେ ବୀର ପୁଅ… ବାସାଗୁଡା କ୍ୟାମ୍ପରେ ଯବାନ ରାକେଶ୍ୱର । ମାଓବାଦୀଙ୍କ ଠାରୁ ମୁକୁଳିବା ପରେ ପହଞ୍ଚିଲେ ଯବାନ

322

କନକ ବ୍ୟୁରୋ: ବାସାଗୁଡାରେ ପହଞ୍ଚିଲେ ବୀର ଯବାନ ରାକେଶ୍ୱର ସିଂହ । ମାଓବାଦୀଙ୍କ କବଳରୁ ମୁକୁଳିବା ପରେ ବାସାଗୁଡାରେ ପହଞ୍ଚିଲେ । ଏକ ଆମ୍ବୁଲାନ୍ସରେ ଆସିଲେ ବୀର ଯବାନ । ଅପହୃତ ଯବାନ ମାଓବାଦୀଙ୍କ କବଳରୁ ମୁକ୍ତ ହେବା ପରେ ସବୁଠି ଖୁସିର ମାହୋଲ ।

ସ୍ୱାମୀ ଫେରିବା କଥା ଶୁଣିବା ପରେ ଖୁସିରେ ଆତ୍ମହରା ହେଲେ ସ୍ତ୍ରୀ । କହିଲେ ଆଜି ମୋ ପାଇଁ ସବୁଠାରୁ ଭଲ ଦିନ । ମୋର ବିଶ୍ୱାସ ଥିଲେ ସେ ଫେରିବେ ବୋଲି । ତେବେ ବାପା ଫେରିବା ନେଇ ଖୁସିରେ ନାଚିଯାଇଛି କୁନି ଝିଅ । କହିଛି ବାପା ତମେ ଶୀଘ୍ର ଆସ, ତମେ ଆସିଲେ ମୁଁ ତୁମକୁ ହଗ୍ କରିବି ।

ସେପଟେ ରାକେଶ୍ୱର ଫେରିବା ପରେ ଖୁସିରେ ପରିବାର । ମିଠା ବାଣ୍ଟି ଖୁସି ମନାଇଲେ ସମସ୍ତେ । ସାଥୀ ଯବାନ ବି ରାକେଶ୍ୱରଙ୍କ ବାହୁଡିବା ପରେ ବେଶ ଖୁସି ଅଛନ୍ତି ।