ରାଷ୍ଟ୍ରପତି ଭବନର ଏକ ଗେଟ୍ ପାଖରେ ଶନିବାର ଏକ ନାଗସାପ ଛୁଆ ମିଳିଛି । ଯାହାକୁ ଏକ ବନ୍ୟଜୀବ ସଂଗଠନ ଟିମ୍ ଦ୍ୱାରା ଉଦ୍ଧାର କରାଯାଇଛି । ରାଷ୍ଟ୍ରପତି ଭବନର ଜଣେ କର୍ମଚାରୀ, ବର୍ଷାଜଳ ନିଷ୍କାସନ ପାଇପରେ ଏକ ନାଗ ସାପ ଛୁଆ ରହିଥିବା ଦେଖିବାକୁ ପାଇଥିଲେ । ଏହା ପରେ ସେ ଏକ ବନ୍ୟଜୀବ ସଂଗଠନ ୱାଇଲ୍ଡ ଲାଇଫ୍ ଏସଓଏସର ଏକ ଟିମକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଏହା ପରେ ବନ୍ୟଜୀବ ସଂଗଠନର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚିବା ସହ ନାଗ ଛୁଆଟିକୁ ଉଦ୍ଧାର କରି୍ଥିଲେ ।
ତେବେ ସାପ ଛୁଆଟି ସେଠାରେ କିଭଳି ଆସିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ସେପଟେ ସାପଟିକୁ ଉଦ୍ଧାର କରିବା ପରେ ବନ୍ୟଜୀବ ସଂସ୍ଥାର ଦୁଇ ସଦସ୍ୟ ବିଶିଷ୍ଟ ଦଳ ସୁରକ୍ଷିତ ଭାବରେ କଣ୍ଟେନରରେ ନେଇଯାଇଥିଲେ । ୱାଇଲ୍ଡ ଲାଇଫ୍ ଏସଓଏସ୍ ସହ ସଂସ୍ଥାପକ ଏବଂ ସିଇଓ କାର୍ତ୍ତିକ ସତ୍ୟନାରାୟଣ ଏହି ସୂଚନା ଦେଇଛନ୍ତି । ତେବେ ସାପଟି ରାଷ୍ଟ୍ରପତି ଭବନର ଏକ ଗେଟ୍ ପାଖରେ ଥିବା ବର୍ଷା ନିଷ୍କାସନ ପାଇପରେ ଥିବା ଜଣାପଡିଛି । ଘଟଣା ସମ୍ପର୍କରେ ପ୍ରଥମେ ରାଷ୍ଟ୍ରପତି ଭବନର ଜଣେ କର୍ମଚାରୀ ଜାଣିବାକୁ ପାଇଥିଲେ । ଏହା ପରେ ସେ ବନ୍ୟଜୀବ ସଂଗଠନ ଟିମକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ବନ୍ୟଜୀବ ସଂଗଠନର କର୍ମଚାରୀମାନେ ଆସି ନାଗ ସାପ ଛୁଆଟିକୁ ଉଦ୍ଧାର କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/india-delhi-rajpath-rashtrapati-bhavan.jpg)
/kanak/media/post_attachments/wp-content/uploads/2018/09/Rashtrapati_Bhavan-1-300x200.jpg)