କନକ ବ୍ୟୁରୋ: କରୋନା ସାମ୍ପୁଲ ପରୀକ୍ଷା ପାଇଁ ଆରଏମଆରସିରେ କାର୍ଯ୍ୟକ୍ଷମ ହୋଇଛି କୋବାସ ଯନ୍ତ୍ର । ଏହି ଯନ୍ତ୍ର କାର୍ଯ୍ୟକ୍ଷମ ହେବା ପରେ ରାଜ୍ୟରେ କୋଭିଡ୍-୧୯ ପରୀକ୍ଷଣ କ୍ଷମତା ବୃଦ୍ଧି ପାଇବ । କୋଭିଡ ପରୀକ୍ଷଣ ପାଇଁ କୋବାସ୍ ମେସିନର ୬ହଜାର ଆଠ ଶୂନ ଶୂନ ମଡେଲକୁ ଆରଏମଆରସିରେ କାର୍ଯ୍ୟରେ ଲଗାଯାଇଛି । ଏହା ଦ୍ୱାରା ଦିନକୁ ଅଧିକରୁ ଅଧିକ ସାମ୍ପୁଲ ପରୀକ୍ଷା କରାଯାଇପାରିବ ବୋଲି ଆରଏମଆରସି ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ।
ରାଜ୍ୟରେ କିଭଳି ଅଧିକରୁ ଅଧିକ କରୋନା ସାମ୍ପୁଲର ପରୀକ୍ଷା କରାଯାଇପାରିବ ସେଥିପାଇଁ ଏହି ମେସିନ ବେଶ୍ ସହାୟକ ହେବ ବୋଲି ସେ କହିଛନ୍ତି । ଏହି ମଡେଲ ଦିନକୁ ୭ଶହରୁ ୮ ଶହ ନମୁନା ପରୀକ୍ଷା କରିବାର କ୍ଷମତା ରହିଛି । ରାଜ୍ୟରେ ପ୍ରତିଦିନ ୧ହଜାରରୁ ଅଧିକ କରୋନା ନମୁନା ପରୀକ୍ଷା କରିବାକୁ ପଦକ୍ଷେପ ନିଆଯାଉଥିବା ନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଏବେ ଦିନକୁ ରାଜ୍ୟରେ ୩ଶହରୁ ୪ ଭିତରେ ଶହ ସାମ୍ପୁଲ ପରୀକ୍ଷା କରଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/Capture-1.png)