କନକ ବ୍ୟୁରୋ : ଅସ୍ତରଙ୍ଗ ଦେବୀମୁହାଣ ନିଷିଦ୍ଧାଞ୍ଚଳରୁ ମାଛ ଧରିବା ପଡ଼ିଲା ମହଙ୍ଗା । ୪ ଟ୍ରଲରକୁ ଜବତ କଲା କୋଷ୍ଟଗାର୍ଡ ଓ ମତ୍ସ୍ୟବିଭାଗ । ଗୋଟିଏ ଟ୍ରଲର ବାଲେଶ୍ୱର ଆଉ ୩ଟି ଟ୍ରଲର ପାରାଦ୍ୱୀପ ଅଂଚଳର ବୋଲି ଜଣାପଡ଼ିଛି । ୩୦ ମତ୍ସ୍ୟଜୀବୀ ଅଟକ ରଖି ପଚରାଉଚରା କରୁଛି ତଟରଖି ବାହିନୀ ।

Advertisment

ଗଭୀର ସମୁଦ୍ର ମଧ୍ୟରୁ ୪ଟି ଟ୍ରଲରକୁ ଜବତ କରି ଅସ୍ତରଙ୍ଗ ନିକଟରେ ଥିବା ନୂଆଗଡ଼ ମାଛଧରା ବନ୍ଦରକୁ ଅଣାଯାଇଛି । ମତ୍ସ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବସନ୍ତ କୁମାର ଦାଶ ନୂଆଗଡ଼ରେ ପହଂଚିଛନ୍ତି । ଟ୍ରଲରେ କେତେ ପରିମାଣର ମାଛ ରହିଛି ଦେଖିବା ପରେ ତାହାକୁ ନିଲାମ କରାଯିବ ।