କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର ଓ ପୁରୀ ସହ ୬ ଲୋକସଭା କ୍ଷେତ୍ରରେ ପଡିବ ଭୋଟ୍ । ପୂର୍ବ ନିର୍ବାଚନରେ ପଶ୍ଚିମ ଓଡ଼ିଶା ବିଜେପିର ଗଡ଼ ପାଲଟିଥିବା ବେଳେ ଉପକୂଳ ଓଡ଼ିଶା ବିଜେଡି ଆଡକୁ ଢଳିଥିଲା । ଏଥର କିନ୍ତୁ କଟକ, ପୁରୀ ଓ ଭୁବନେଶ୍ୱର ଉପରେ ଫୋକସ ବଢ଼ାଇଛି ବିଜେପି ।
- ଉପକୂଳ ଓଡ଼ିଶା ଉପରେ ବିଜେପିର ଆଖି
- ବିଜେଡି ପାଇଁ ବଢୁଛି କି ଚ୍ୟାଲେଞ୍ଜ?
ଏହାରି ଭିତରେ ପୁରୀ ଓ ଭୁବନେଶ୍ୱରରେ ବିଶାଳ ରୋଡ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ତା ସହିତ କଟକରେ ଜନସଭା କରି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ନରେନ୍ଦ୍ର ମୋଦୀ । ଅନ୍ୟପଟେ କଟକରେ ରୋଡ୍ ସୋ’ କରିଛନ୍ତି ବିଜେପିର ଚାଣକ୍ୟ ଅମିତ ଶାହା । ଭୁବନେଶ୍ୱରରେ ମଧ୍ୟ ରୋଡ୍ ସୋ’ କରି ପ୍ରଚାର କରିଛନ୍ତି ବିଜେପିର ଜାତୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ଏଥର କଟକ, ପୁରୀ, ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ଘନ ଘନ ପ୍ରଚାର କରି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରିଛନ୍ତି ବିଜେପିର କେନ୍ଦ୍ରୀୟ ନେତା ।
୨୦୧୯ ‘କଟକ’ ଗଣିତ
- ଗତ ନିର୍ବାଚନରେ କଟକ ଲୋକସଭା ହାତେଇଥିଲା ବିଜେଡି
- ୭ ବିଧାନସଭାରୁ ୬ଟି ଯାଇଥିଲା ବିଜେଡି ଖାତାକୁ
- ଗୋଟିଏ ଆସନରେ ଜିତିଥିଲା କଂଗ୍ରେସ
୨୦୧୯ ‘ଭୁବନେଶ୍ୱର’ ଗଣିତ
- ୨୦୧୯ ନିର୍ବାଚନରେ କେବଳ ଭୁବନେଶ୍ୱର ଲୋକସଭା ଜିତିଥିଲା ବିଜେପି
- ତେବେ ୬ ବିଧାନସଭା ହାତେଇଥିଲା ବିଜେଡି
- ଗୋଟିଏ ଆସନରେ ବିଜୟୀ ହୋଇଥିଲା କଂଗ୍ରେସ
୨୦୧୯ ‘ପୁରୀ’ ଗଣିତ
- ପୁରୀ ଲୋକସଭାରେ ବାଜିମାତ କରିଥିଲା ବିଜେଡି
- ୭ ବିଧାନସଭା ମଧ୍ୟରେ ୫ଟି ବିଜେଡି ଜିତିଥିଲା
- ୨ଟି ଆସନରେ ବିଜୟୀ ହୋଇଥିଲା ବିଜେପି
ଏଥର କିନ୍ତୁ ଏହି ୩ ଲୋକସଭା କ୍ଷେତ୍ରରେ ବିଜେଡିକୁ ଚ୍ୟାଲେଞ୍ଜ ଦେବା ପାଇଁ ଜୋରଦାର କସରତ କରିଛି ବିଜେପି । ଚଳିତ ନିର୍ବାଚନରେ ଏହିସବୁ ଆସନ ଉପରେ ବିଜେପି ଅଧିକ ଗୁରୁତ୍ୱ ଦେଉଥିବାରୁ ଏଥର ଫଳାଫଳ କାହା ସପକ୍ଷରେ ଯିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/05/2-44.jpg)