କୋଇଲା ବିକ୍ରିରେ ପୋଲିସ ଅଧିକାରୀ ! ଭଦ୍ରକରେ ପୋଲିସ ଜବତ କରିଥିବା ଚୋରା କୋଇଲାକୁ ବିକ୍ରି ଅଭିଯୋଗ

Advertisment

କନକ ବ୍ୟୁରୋ: ପୋଲିସ ଜବତ କରିଥିବା ଚୋରା କୋଇଲାକୁ ବିକ୍ରି ଅଭିଯୋଗ । ଏପରିକି ଏଥିରେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ଭଦ୍ରକରୁ ପୋଲିସ ଏକ କୋଇଲା ବୋଝେଇ ଟ୍ରକ୍ ଜବତ କରିଥିବା ବେଳେ ଏହି କୋଇଲା କେଉଁଠୁ ଆସିଲା, କେଉଁଠାକୁ ପଠାଯାଉଥିଲା ଏବଂ ଏହାର ମାଲିକ କିଏ, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

publive-image

ଚାନ୍ଦବାଲି ବ୍ଲକ ଧାମରା ବନ୍ଦର କମ୍ପାନୀ କୋଇଲା ଆମଦାନୀ କରି ୬ଟି ବଡ ବଡ କମ୍ପାନୀ ସହ କାରବାର କରୁଛି । ଦିନକୁ ୫ ରୁ ୬ ଟ୍ରେନରେ କୋଇଲା ପରିବହନ ହେଉଥିବା ବେଳେ ଚଳନ୍ତା ଟ୍ରେନରୁ ଚୋରି କରାଯାଏ । ଏହାକୁ ପୋଲିସ ସିଜ୍ କରି ରଖିଥିବା ବେଳେ ପରେ ଏହାକୁ ଟ୍ରକରେ ବାହାରକୁ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି ।

publive-image

ଉଲ୍ଲେଖ ଥାଉ କି, ଧାମରା ଅଞ୍ଚଳରୁ ଚୋରା ଚାଲାଣ କରୁଥିବା ୫ଟି କୋଇଲା ବେଝେଇ ଟ୍ରକକୁ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଶନିବାର ଜବତ କରିଥିଲା । ଭଦ୍ରକ-ଧାମରା ରେଳଲାଇନ୍ କଡ଼ରୁ କୋଇଲା ଚୋରୀ କରି ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ପୁଲିସ ପାଖରେ ଖବର ଥିଲା। ଆଇଆଇସି ଦୟାନିଧୀ ଦାଶଙ୍କ ନେତୃତ୍ୱରେ ପୁଲିସ ଟିମ୍ ଅତର୍କିତ ଭାବରେ ଚଢ଼ାଉ କରି ୫ଟି ଦଶ ଚକିଆ ଟ୍ରକ ଜବତ କରିଥିଲା । ତେବେ ଅଭିଯୋଗ ହୋଇଛି ଯେ, ଜବତ ହୋଇଥିବା ଟ୍ରକ ଗୁଡ଼ିକ ଛାଡ଼ି ଦିଆଯିବା ପାଇଁ ଚାପ ପ୍ରୟୋଗ ହେଉଛି। କାରଣ ଏହି ଚୋରା ଚାଲାଣ ଘଟଣାରେ ପୋଲିସ, ଡକାୟତ, କୋଇଲା ମାଫିଆ ଏବଂ କିଛି ଜଣାଶୁଣା ବ୍ୟକ୍ତି ସଂପୃକ୍ତ ଅଛନ୍ତି ବୋଲି ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe