ଦେଶର ଅଧିକାଂଶ ଅଂଚଳକୁ ‘ବ୍ଲାକ୍ ଆଉଟ୍’ ର ସମ୍ମୁଖୀନ ହେବାକୁ ପଡିପାରେ । ପଶ୍ଚିମବଙ୍ଗ, ବିହାର, ଦିଲ୍ଲୀ, ଉତ୍ତର ପ୍ରଦେଶ, ଝାରଖଣ୍ଡ ସହିତ ଉତ୍ତର ଭାରତର ଅଧିକାଂଶ ଭାଗରେ ଭୟଙ୍କର ବିଜୁଳି ସଂକଟ ସୃଷ୍ଟି ହୋଇପାରେ ।
ସୂଚନାଯୋଗ୍ୟ, ଏସବୁ ଅଂଚଳରେ ବିଜୁଳି ଯୋଗାଉଥିବା ଏନଟିପିସିର ପ୍ଲାଣ୍ଟରେ କୋଇଲା ଭଣ୍ଡାର ଶେଷ ହେବା ସ୍ଥିତିରେ ପହଂଚିଲାଣି । ଏନଟିପିସି ପ୍ଲାଣ୍ଟ ର ଏହି ଅଂଚଳରେ ୪୨୦୦ ମେଗାୱାଟ୍ ବିଜୁଳି ସୃଷ୍ଟି ହୋଇପାରେ । ଏମିତି କୈାଣସି ବି ପରିସ୍ଥିତିକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଲାଗି ପଡିଛି । ବର୍ଷ ୨୦୧୨ରେ ଦେଶର ବଡ଼ ବଡ଼ ଭାଗରେ ବ୍ଲାକ୍ ଆଉଟ୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଏନଟିପିସି ଥର୍ମାଲ ପାୱାର ପ୍ଲାଣ୍ଟରେ ବହୁଳ ମାତ୍ରାରେ କୋଇଲାର ଅଭାବ ହୋଇଯାଇଥିଲା । ପୁଣି ଥରେ ଏଭଳି ପରିସ୍ଥିତି ନଉପୁଜୁ, ସେଥିପାଇଁ କେନ୍ଦ୍ର ସରକାର ଚେଷ୍ଟାରେ ଲାଗିପଡିଛିି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/black-out.jpg)
/kanak/media/post_attachments/wp-content/uploads/2018/09/458039-power-plant-300x171.jpg)