ଘରୋଇ କଂପାନୀ ପାଇଁ ୪୧ କୋଇଲା ଖଣିର ନିଲାମି ଆରମ୍ଭ କଲେ ପ୍ରଧାନମନ୍ତ୍ରୀ : କହିଲେ କରୋନା ସଂକଟକୁ ଅବସରରେ ପରିଣତ କରିବାକୁ ପ୍ରତିଶ୍ରୁତିବଦ୍ଧ ; ଆତ୍ମନିର୍ଭର ଭାରତ ଅର୍ଥାତ ଗରିବଙ୍କ କଲ୍ୟାଣ 

588

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆତ୍ମନିର୍ଭର ଭାରତ ଅଭିଯାନ ଜରିଆରେ ଘରୋଇ କଂପାନୀ ପାଇଁ ୪୧ଟି କୋଇଲା ଖଣିର ନିଲାମି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି କେବଳ ଘରୋଇ କଂପାନୀ ପାଇଁ କୋଇଲା ଖଣିର ନିଲାମି ପ୍ରକ୍ରିୟା ଆରମ୍ଭ କରାଯାଇ ନାହିଁ । ବରଂ କୋଲ ସେକ୍ଟରକୁ ବର୍ଷ ବର୍ଷର ଲକଡାଉନରୁ ବାହାର କରାଯାଇଛି । ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରି କହିଛନ୍ତି, ଭାରତ କରୋନା ସହ ଲଢିବ ଓ ଆଗକୁ ମଧ୍ୟ ବଢିବ । ଭାରତ ଏହି ଭୂତାଣୁ ଜନିତ ସଂକଟକୁ ଅବସରରେ ପରିଣତ କରିବ । ଏହି ସଂକଟ ଭାରତକୁ ଆତ୍ମନିର୍ଭର ଭାରତ ହେବାକୁ ଶିକ୍ଷା ଦେଇଛି ବୋଲି କହିଛନ୍ତି ମୋଦି ।

ଆତ୍ମନିର୍ଭର ଭାରତ ଅର୍ଥାତ୍ ଗରିବଙ୍କ କଲ୍ୟାଣ । ଆତ୍ମନିର୍ଭର ଭାରତ ପାଇଁ ଆଗକୁ ଆମଦାନୀ କମ କରାଯିବ । ଆମଦାନୀ ବାବଦରେ ଖର୍ଚ୍ଚ ହେଉଥିବା ବିଦେଶୀ ମୁଦ୍ରା ସଂଚୟ ହେବ । ଆଗମୀ ଦିନରେ ଯେପରି ଭାରତକୁ କାହା ଉପରେ ନିର୍ଭର ହେବାକୁ ପଡିବନି, ସେଥିପାଇଁ ଦେଶରେ ଭିତିଭୂମୀର ବିକାଶ ଓ କଂଚାମାଲର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।