ଦେଶରେ କୋଇଲା ସଂକଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ : ୧୦% ଆମଦାନୀ କୋଇଲା ବ୍ୟବହାର ପାଇଁ ଅନୁମତି

Advertisment
ଦେଶରେ କୋଇଲା ସଂକଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ : ୧୦% ଆମଦାନୀ କୋଇଲା ବ୍ୟବହାର ପାଇଁ ଅନୁମତି

କନକ ବ୍ୟୁରୋ : ଦେଶରେ କୋଇଲା ଓ ବିଦ୍ୟୁତ ସଙ୍କଟ ନେଇ ଆକ୍ସନ ମୋଡ୍ରେ ପିଏମ୍ଓ । କୋଇଲା ଯୋଗାଣ ଓ ବିଦ୍ୟୁତ ଉତ୍ପାଦନ ସ୍ଥିତି ନେଇ ପିଏମ୍ଓ ଦ୍ୱାରା ଏକ ବୈଠକ କରାଯାଇଛି । ବୈଠକରେ ଶକ୍ତି ସଚିବ ଆଲୋକ କୁମାର ଓ କୋଇଲା ବିଭାର ସଚିବ ଏ କେ ଜୈନ୍ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଛନ୍ତି । ପାୱାର ପ୍ଲାଂଟ ଗୁଡିକୁ କୋଇଲା ଯୋଗାଣ ବୃଦ୍ଧି ବାବଦରେ ଅଧିକ ଆଲୋଚନା ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ କୋଇଲା ଯୋଗାଣ ତୁରନ୍ତ ବୃଦ୍ଧି କରିବାକୁ ଉଭୟ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।

ପାୱାର ପ୍ଲାଂଟରେ ବ୍ୟବହାର ହେଉଥିବା କୋଇଲାରେ ଆମଦାନୀ ହୋଇ ଆସିଥିବା ୧୦ ପ୍ରତିଶତ କୋଇଲା ମିଶାଇବାକୁ କଂପାନୀଗୁଡ଼ିକୁ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏହାର ଦୀର୍ଘସ୍ଥାୟୀ ସମାଧାନ ଲାଗି ଖୁବ୍ ଶୀଘ୍ର କିଛି ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯିବା ସମ୍ଭାବନା ରହିଛି । ଦେଶରେ ମୋଟ୍ ବିଦ୍ୟୁତ ଯୋଗାଣ ଚାହିଦାର ୭୦ ପ୍ରତିଶତ କୋଇଲା ଭିତିକ ପ୍ଲାଂଟ ଦ୍ୱାରା ପୂରଣ ହେଉଥିବାରୁ ଆବଶ୍ୟକ ମାତ୍ରାରେ କଂଚାମାଲ ଯୋଗାଣ ଉପରେ ଫେକସ୍ ଦିଆଯାଇଛି । ବିଦ୍ୟୁତ ସଙ୍କଟ ଏଡାଇବା ପାଇଁ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ବିଦ୍ୟୁତ ବଳକା ରାଜ୍ୟଗୁଡିକୁ ଚଢା ଦରରେ ନବିକିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe