କୋଇଲା ମାଫିଆଙ୍କ ଆତଙ୍କରାଜ । ବନବିଭାଗ କର୍ମଚାରୀଙ୍କୁ କଟୁରୀ ଧରି ଗୋଡାଇଲେ, ଗାଡିକୁ ଢେଲା ମାରି ଭାଙ୍ଗିଲେ ।

Advertisment
କୋଇଲା ମାଫିଆଙ୍କ ଆତଙ୍କରାଜ । ବନବିଭାଗ କର୍ମଚାରୀଙ୍କୁ କଟୁରୀ ଧରି ଗୋଡାଇଲେ, ଗାଡିକୁ ଢେଲା ମାରି ଭାଙ୍ଗିଲେ ।

କନକ ବ୍ୟୁରୋ : ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମହାଲକ୍ଷ୍ମୀପୁର ଠାରେ ଖୁଣ୍ଟୁଣୀ ରେଞ୍ଜ ବନ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ। ଚୋରା କାଠ କୋଇଲା ଜବତ କରିବାକୁ ଯାଇଥିବା ବେଳେ ଗାଡି ଭାଙ୍ଗିବା ସହ ମାରଣାସ୍ତ୍ରରେ ଆକ୍ରମଣ କଲେ କୋଇଲା ମାଫିଆ। ଏହି ଘଟଣାରେ ଖୁଣ୍ଟୁଣୀ ରେଞ୍ଜରଙ୍କ ସମେତ ୪ ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ମହାଲକ୍ଷ୍ମୀପୁରର ହୃଦାନନ୍ଦ ବେହେରାଙ୍କ ଘରେ ଚୋରା କାଠ କୋଇଲା ଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଥିଲା । ଆଉ ଖବର ମିଳିବା କ୍ଷଣି ଖୁଣ୍ଟୁଣୀ ରେଞ୍ଜରଙ୍କ ନେତୃତ୍ୱରେ ବନ ବିଭାଗର କର୍ମଚାରୀ ହୃଦାନନ୍ଦ ବେହେରାଙ୍କ ଘରେ ଚଢାଉ କରିଥିଲେ । ହୃଦାନନ୍ଦଙ୍କ ଘରୁ କାଠ କୋଇଲା ଜବତ କରି ଏହାକୁ ଟ୍ରକରେ ଲୋଡ କରୁଥିବା ବେଳେ ବିରୋଧ କରିଥିଲେ ପରିବାର ଲୋକେ । ଏପରିକି ଟ୍ରକରୁ ସବୁ କୋଇଲା କାଢିବାକୁ ବନ ବିଭାଗ କର୍ମଚାରୀଙ୍କୁ ଧମକାଇଥିଲେ ।

ତେବେ ବନବିଭାଗ କର୍ମଚାରୀ କର୍ଣ୍ଣପାତ ନ କରିବାକୁ କଟୁରୀ ଓ ଟାଙ୍ଗିଆ ଧରି ମରଣାନ୍ତକ ଆକ୍ରମଣ କରିଥିଲେ ହୃଦାନନ୍ଦ ଓ ତାଙ୍କ ପରିବାର । ଜୀବନ ରକ୍ଷା କରି ବନ ବିଭାଗ କର୍ମଚାରୀ ଫେରୁଥିବା ବେଳେ ଟ୍ରକ ଉପରକୁ ଢେଲା ମାଡ କରିଥିଲେ ହୃଦାନନ୍ଦ । ଯେଉଁଥିରେ ବନ ବିଭାଗର ଦୁଇଟି ଗାଡିର ସମ୍ମୁଖ ପଟ କାଚ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିବା ବେଳେ ୪ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ହୃଦାନନ୍ଦଙ୍କ ନାଁରେ ଥାନାରେ ଏତଲା କରିଛନ୍ତି ବନ ବିଭାଗ କର୍ମଚାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe