କନକ ବ୍ୟୁରୋ : କୋଭିଡ୍-୧୯ ଯୋଗୁଁ ପ୍ରାୟ ୪୦୦ କର୍ମଚାରୀ ପ୍ରାଣ ହରାଇବା ପରେ ନିଜ କର୍ମଚାରୀଙ୍କ ଲାଗି ଟିକାକରଣ ପ୍ରକ୍ରିୟା ତ୍ୱରାନିତ୍ୱ କରିବାରେ ସହାୟକ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ‘କୋଲ୍ ଇଣ୍ଡିଆ ଲିମିଟେଡ୍’ ଅନୁରୋଧ କରିଛି।
୨୫୯,୦୦୦ ଜନତାଙ୍କୁ କର୍ମସଂସ୍ଥାନ ଯୋଗାଇ ଥିବା ବିଶ୍ବର ଶ୍ରେଷ୍ଠ କୋଇଲା ଖଣି ‘କୋଲ୍ ଇଣ୍ଡିଆ’ କହିବା ଅନୁସାରେ, ତା’ର କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ଲାଗି ୧୦ ଲକ୍ଷ ଡୋଜ୍ ଟିକା ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି। ଏପର୍ଯ୍ୟନ୍ତ ସମୁଦାୟ କର୍ମଚାରୀମାନଙ୍କର ଏକ ଚତୁର୍ଥାଂଶ ବା ୬୪୦୦୦ କର୍ମଚାରୀଙ୍କୁ ଟିକା ଦିଆଯାଇଥିବା କଥା କମ୍ପାନି ସୂଚନା ଦେଇଛି।
ଅନ୍ୟତମ ଅଗ୍ରଣୀ ଶ୍ରମିକ ସଂଗଠନ ‘ଅଖିଳ ଭାରତୀୟ ଖାଦାନ ମଜଦୁର ସଂଘ’ର ସାଧାରଣ ସମ୍ପାଦକ ସୁଧୀର ଘୁର୍ଦେ କହିଛନ୍ତି, କ୍ଷତି ରୋକିବାକୁ ସମସ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ନିମନ୍ତେ ଗଣଟିକାକରଣ ପାଇଁ କମ୍ପାନି ଉଦ୍ୟମ କରିବା ଉଚିତ।
କୋଲ୍ ଇଣ୍ଡିଆ କହିଛି ଯେ, ଦ୍ୱିତୀୟ ପ୍ରବାହ ସମୟରେ ଅଧିକାଂଶ ଆକ୍ରାନ୍ତ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଯଦିବା ପରିସ୍ଥିତି ସ୍ୱାଭାବିକ ହେବା ଆରମ୍ଭ କଲାଣି, ପୁନଶ୍ଚ ହଠାତ୍ ସଂକ୍ରମଣ ବେଗ ବୃଦ୍ଧି ପାଇବା ଆଶଙ୍କା କରି ଅସ୍ଥାୟୀ ଭିତ୍ତିରେ ଡାକ୍ତରୀ କର୍ମଚାରୀ ଓ ଅମ୍ଳଜାନ ବ୍ୟବସ୍ଥା ପାଇଁ ଉଦ୍ୟମ ଚାଲିଛି। ସମୁଦାୟ ୬୦୦୦ କର୍ମଚାରୀ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ଏବଂ ଏବେ ମଧ୍ୟ ୧୦୦୦ରୁ ଅଧିକ କର୍ମଚାରୀ ଚିକିତ୍ସାଧୀନ ଅଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/6005c7bbb5c08.png)