କୋଇଲା ସଂକଟ ନେଇ ଚିନ୍ତାରେ କେଜ୍ରିୱାଲ । ଉପୁଜି ପାରେ ବିଦ୍ୟୁତ ସମସ୍ୟା ।

87

କନକ ବ୍ୟୁରୋ: ରାଜଧାନୀରେ ଉପୁଜି ପାରେ ବିଦ୍ୟୁତ ସମସ୍ୟା । ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ରାଜଧାନୀରେ କୋଇଲା ଅଭାବକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । କୋଇଲା ଅଭାବ ଯୋଗୁଁ ଆଗାମୀ ଦିନରେ ଏନସିଟିକୁ ପାୱାର ଯୋଗାଉଥିବା ବିଦ୍ୟୁତ ଉତ୍ପାଦନ କାରଖାନାକୁ ପ୍ରଭାବିତ କରିବ ବୋଲି କେଜ୍ରିୱାଲ ଚିଠି ମାଧ୍ୟମରେ ଜଣାଇଛନ୍ତି ।

ତେବେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ସମାଧାନ କରିବା ଆବଶ୍ୟକ ବୋଲି ଚିଠି ଦ୍ୱାରା ଅନୁରୋଧ କରିଛନ୍ତି ଆପ ମୁଖ୍ୟ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଜେ ଏ ଘଟଣା ଉପରେ ନଜର ରଖିବା ସହ ଦିଲ୍ଲୀ ସରକାରଙ୍କ ତରଫରୁ ଏ ଅସୁବିଧାକୁ ଦୂରେଇବାକୁ ସବୁପ୍ରକାର ଜରୁରୀ ପଦକ୍ଷେପ  ନିଆଯିବ ବୋଲି ରାଜଧାନୀବାସୀଙ୍କ ଉଦ୍ଦେଶ୍ୟରେ କେଜ୍ରିଓାଲ ଟୁଇଟ ଯୋଗେ କହିଛନ୍ତି । ଦେଶରେ ଅନେକ ସମୟରେ ବିଦ୍ୟୁତ ଦରକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଥିବାବେଳେ ଦିଲ୍ଲୀ ସରକାରଙ୍କ ତରଫରୁ ସାଧାରଣ ଜନତାଙ୍କ ପାଇଁ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇ ଦିଆଯାଉଛି ।