କନକ ବ୍ୟୁରୋ: ଛତିଶଗଡରେ କୋଲ୍ ବ୍ଲକ ଆବଣ୍ଟନ ମାମଲାରେ ଅନିୟମିତତା ସହ ଜଡିତ ମାମଲାରେ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ବଡ ରାୟ ଶୁଣାଇଛନ୍ତି । ପୂର୍ବତନ ରାଜ୍ୟସଭା ସାଂସଦ ବିଜୟ ଦର୍ଡା ଏବଂ ତାଙ୍କ ପୁଅ ଦେବେନ୍ଦ୍ର ଦର୍ଡାଙ୍କୁ ୪ ବର୍ଷ ଜେଲ ଏବଂ ୧୫ ଲକ୍ଷ ଟଙ୍କାର ଜରିମାନା ଶୁଣାଯାଇଛି । କମ୍ପାନୀ ମେସର୍ସ ଜେଏଲଡି ୟବତମାଲ ଏନର୍ଜି ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ମନୋଜ କୁମାର ଜୟସ୍ୱାଲଙ୍କୁ ମଧ୍ୟ ଅଦାଲତ ୪ ବର୍ଷ ଜେଲ ଏବଂ ୧୫ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି । ଦିଲ୍ଲୀର ସ୍ୱତନ୍ତ୍ର ଅଦାଲତ ଏହି ମାମଲାରେ ଅନ୍ୟ ଜଣେ ଦୋଷୀ ପୂର୍ବତନ କୋଇଲା ସଚିବ ଏଚସି ଗୁପ୍ତାଙ୍କୁ ୩ ବର୍ଷ ଜେଲ ଏବଂ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି ।

Advertisment

ସିବିଆଇ ଅଦାଲତ ସାମ୍ନାରେ ଦୋଷୀଙ୍କୁ ଅଧିକ ଦଣ୍ଡ ଦେବା ପାଇଁ ଆବେଦନ କରିଥିଲେ ।କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି କୋର୍ଟଙ୍କୁ କହିଥିଲେ ଯେ ଦୋଷୀ ମାନେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଇ କମ ସଜା ମାଗିପାରିବେ ନାହିଁ । ମାମଲାରେ ଦୋଷୀଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି ।