ବିଶ୍ୱ ଦରବାରରେ ବଢୁଛି କୋ-ୱିନ ପୋର୍ଟାଲର ଚାହିଦା । ବ୍ୟବହାର ପାଇଁ ଆଗ୍ରହ ଦେଖାଇଛନ୍ତି ୫୦ଟି ଦେଶ 

131

କନକ ବ୍ୟୁରୋ: ବିଶ୍ୱ ଦରବାରରେ ବଢୁଛି କୋ-ୱିନ ପୋର୍ଟାଲର ଚାହିଦା । କରୋନା ଟିକାକରଣ ପାଇଁ ଭାରତ ସରକାରଙ୍କ ପକ୍ଷରୁ ବିକଶିତ ହୋଇଥିବା ଏହି ସ୍ୱତନ୍ତ୍ର ପୋର୍ଟାଲ ପ୍ରତି ଆଗ୍ରହ ଦେଖାଇଛନ୍ତି ୫୦ରୁ ଅଧିକ ଦେଶ । ତେଣୁ ଏହି ପୋର୍ଟାଲକୁ ବିଶ୍ୱବ୍ୟାପୀ ଲଂଚ୍ କରାଯାଇଛି । ଆଜି କୋ-ୱିନ ଗ୍ଲୋବାଲ କନକ୍ଲେଭକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ମହାମାରୀ କରୋନା ହେଉଛି ସାରା ବିଶ୍ୱ ପାଇଁ ଏକ ବଡ ଚ୍ୟାଲେଞ୍ଜ ।

ଏହା ବିରୋଧରେ ଏକାକୀ ଲଢେଇ କୌଣସି ଦେଶ ପାଇଁ ସହଜ କଥା ନୁହେଁ । କରୋନା ବିରୋଧୀରେ ସଫଳତାପୂର୍ବକ ଲଢେଇ ପାଇଁ ଟିକା ହିଁ ଏକମାତ୍ର ବିକଳ୍ପ ଓ ଏହା ମାନବଜାତି ପାଇଁ ଏକମାତ୍ର ଆଶାର କିରଣ । ଟିକାକରଣ ପ୍ରକିୟାକୁ ସମ୍ପୂର୍ଣ୍ଣଭାବେ ଡିଜିଟାଲ କରିବା ପାଇଁ ସରକାର ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି । କାରଣ ବୈଷୟିକ ଜ୍ଞାନ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ଉତ୍ସର୍ଗୀକୃତ ପୋର୍ଟାଲ ଜରିଆରେ କିଭଳି ଟିକାକରଣ ସହଜ ହେଉଛି ଓ ସମସ୍ତ ତଥ୍ୟ ରଖାଯାଇ ପାରୁଛି ସେନେଇ ସୂଚନା ଦେଇଛନ୍ତି ମୋଦୀ ।