କନକ ବ୍ୟୁରୋ: ଯୌନ ଶୋଷଣ ଭଳି ସଂଗୀନ ଅଭିଯୋଗରେ ଛନ୍ଦି ହୋଇପଡ଼ିଥିବା କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ସଭାପତି ପ୍ରମୋଦ କୁମାର ସାହୁଙ୍କୁ ପୁଲିସ ଗିରଫ କରିଛି । ଗିରଫ ପରେ ତାଙ୍କୁ କେନ୍ଦ୍ରାପଡା କୋର୍ଟରେ ହାଜର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଆଡିସନାଲ ଏସପି ଗାଗାରିନ ମହାନ୍ତି । ଗତକାଲି ରାତି ପ୍ରାୟ ୧୧ଟାରେ ପୁଲିସ୍ ବଣିଆମାଳ ସ୍ଥିତ ବାସଭବନରୁ ପ୍ରମୋଦ ସାହୁଙ୍କୁ ଉଠାଇ ଆଣି ପଚରାଉଚୁରା କରିବା ପରେ ଗିରଫ କରିଥିଲା ।
କ୍ରେଡିଟ୍ କୋଅପରେଟିଭ୍ ସୋସାଇଟିର ସଭାପତି ମହିଳା କର୍ମଚାରୀଙ୍କୁ ଯୌନଶୋଷଣ କରିଥିବା ନେଇ ସାଂଘାତିକ ଅଭିଯୋଗ ଆସିଥିଲା । ଏମିତି କି କେଳେଙ୍କାରୀର ଅଡିଓ ଟେପ୍ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ରହିଛି କୋଅପରେଟିଭ୍ ସୋସାଇଟିର ସଭାପତିଙ୍କ କେଳେଙ୍କାରୀର କାହାଣୀ । ତେବେ ଏହି ଯୌନ ଶୋଷଣ ଅଭିଯୋଗ ପୀଡିତା କିଛି ମାସ ତଳେ କରିଥିବାବେଳେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ମଧ୍ୟ ହୋଇଛି ।
ନ୍ୟାୟ ପାଇଁ ପୀଡିତା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ପରେ ମାମଲାର ତଦନ୍ତ ଭାର ଲୋକାଲ କଂପ୍ଲେଂଟ୍ କମିଟିକୁ ଦିଆଯାଇଛି । ତେବେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପୁଲିସ ଅଭିଯୁକ୍ତଙ୍କ ସହ ପୀଡିତାଙ୍କ ହୋଇଥିବା ବାର୍ତ୍ତାଳାପର ଅଡିଓ ଟେପ ଯାଂଚ ପାଇଁ ଫରେନସିକ୍ ଲାବକୁ ପଠାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/PRAMOD.jpg)
/kanak/media/post_attachments/wp-content/uploads/2019/11/vlcsnap-2019-11-03-21h02m17s690-1-300x220.png)
/kanak/media/post_attachments/wp-content/uploads/2019/11/vlcsnap-2019-11-03-21h02m41s959-1-300x220.png)