ରେଡ଼ିଓ ଚକଲେଟ୍ ୬ଷ୍ଠ ସିଏମଏସବି ଜାତୀୟ ପୁରସ୍କାର ହାସଲ କରିଛି । ରେଡ଼ିଓ ପ୍ରସାରଣ କ୍ଷେତ୍ରରେ ଉତ୍କର୍ଷତା ପାଇଁ ରେଡ଼ିଓ ଚକଲେଟକୁ ଆଞ୍ଚଳିକ ବର୍ଗରେ ଶ୍ରେଷ୍ଠ ରେଡ଼ିଓ ଷ୍ଟେସନ ଚୟନ କରାଯାଇଥିଲା । ରବିବାରଦିନ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନାସନାଲ ସେଣ୍ଟରଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରେଡ଼ିଓ ଚକଲେଟ୍ ପ୍ରତିନିଧି ରାଜା ସ୍ୱାମୀନାଥନ ଏହି ପୁରସ୍କାର ଗ୍ରହଣ କରିଥିଲେ ।
ସମାଜରେ ସକାରାତ୍ମକ ପ୍ରଭାବ ପକାଉଥିବା କାର୍ଯ୍ୟକ୍ରମ ପ୍ରସାରଣ କ୍ଷେତ୍ରରେ ନିଜର ଅବଦାନ ପାଇଁ ରେଡ଼ିଓ ଚକଲେଟକୁ ଏହି ସମାରୋହରେ ପ୍ରଶଂସା କରାଯାଇଥିଲା । ସିଏମଏସବି ବା କାଉନସିଲ ଫର ମିଡିଆ ଏଣ୍ଡ୍ ସାଟେଲାଇଟ୍ ବ୍ରଡକାଷ୍ଟିଂ ଭାରତୀୟ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥାମାନଙ୍କୁ ସମ୍ମାନିତ କରିଥାଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମ୍ବାଦ ଗ୍ରୁପ ଅଧିନରେ ଆସୁଥିବା ରେଡ଼ିଓ ଚକଲେଟ୍ ଓଡ଼ିଶାର ନଂ୧ ଏଫଏମ ରେଡ଼ିଓ ଷ୍ଟେସନର ମାନ୍ୟତା ପାଇଛି । ଏହା ୪ ମେ ୨୦୦୭ରେ ଆରମ୍ଭ ହୋଇଥିଲା ।
Follow Us
/kanak/media/post_attachments/wp-content/uploads/2019/12/radio-choklate-logo-300x202.jpg)