ତାଲାବନ୍ଦରେ ସିଏମସି କର୍ମଚାରୀଙ୍କ ମଦ ମାଂସର ଆସର : କଟକ ନଳିନୀ ମଣ୍ଡପରେ ଚାଲିଥିଲା ଭୋଜି, ବିଡାନାସୀ ପୋଲିସର ଚଢ଼ାଉ; କିଏ ଦେଇଥିଲା ଅନୁମତି, ଉଠିଲା ପ୍ରଶ୍ନ

219

କନକ ବ୍ୟୁରୋ : ତାଲାବନ୍ଦରେ ସାରା ଓଡ଼ିଶା ଘର ଭିତରେ ବନ୍ଦ ଥିବାବେଳେ କଟକରେ ଚାଲିଛି ସିଏମସିର କିଛି କର୍ମଚାରୀଙ୍କ ମଦ ମାଂସ ଆସର । କଟକରେ ନଳିନୀ ମଣ୍ଡପ ପାଖରେ ଏହି ଆସର ଜମିଥିଲା । ଏହି ଖବର ପାଇଁ ଆମ ଟିମ୍ ପହଁଚିଥିଲା । ପରେ ବିଡାନାସୀ ଥାନା ପକ୍ଷରୁ ଚଢ଼ାଉ କରାଯାଇଥିଲା । ତେବେ ପ୍ରଶ୍ନ ଉଠୁଛି ଯେଉଁଠି ସରକାର ୨୫ ଜଣଙ୍କୁ ନେଇ ବାହାଘର ପାଇଁ ଅନୁମତି ଦେଇଛନ୍ତି ଓ ରିସେପସନକୁ ମନା କରିଛନ୍ତି, ସେଠି ସିଏମସି କର୍ମଚାରୀ କେମିତି ରାତି ଅଧିଆ ଭୋଜି କରୁଥିଲେ । ଏଥିପାଇଁ ସେମାନଙ୍କୁ କିଏ ଅନୁମତି ଦେଇଥିଲା ।