କନକ ବ୍ୟୁରୋ : କଟକରୁ ନକଲି ପନିର ଜବତ । ୧ କ୍ୱିଟାଂଲରୁ ଅଧିକ ନକଲି ପନିରକୁ ଜବତ କରାଯାଇଛି । କୋଲକତାରୁ କଟକ ବସରେ ଚାଲାଣ ହେଉଥିବା ବେଳେ ସିନ୍ଥେଟିକ ପନିରକୁ ଜବତ କରାଯାଇଛି । ଚାଉଳିଆଗଂଜ ପୁଲିସ ସିନ୍ଥେଟିକ ପନିରକୁ ଜବତ କରିଛି ।
ନକଲି ସାମଗ୍ରୀର ହବ୍ ପାଲଟିଛି କଟକ ସହର । ବିଭିନ୍ନ ବ୍ରାଣ୍ଡ ନକଲି ସାମଗ୍ରୀ ପ୍ରସ୍ତୁତ କରି ବଜାରରେ ବିକି ମାଲେମାଲ ହେଉଛନ୍ତି ମାଫିଆ । ପୂର୍ବରୁ ବହୁ ପରିମାଣରେ ନକଲି ହଳଦୀ ଓ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ଲୋଗୋ ଥିବା ମସଲା ପ୍ୟାକେଟ ଜବତ କରିଥିଲା । ଚାଉଳିଆଗଂଜ ଥାନା ଅଂଚଳରୁ ଏକ ଅପମିଶ୍ରିତ ଘିଅ କାରଖାନା ଠାବ କରିଥିଲା ପୋଲିସ । ଏପରିକି ନକଲି ସିମେଣ୍ଟ କାରଖାନା ଉପରେ ମଧ୍ୟ ପୋଲିସ ଚଢାଉ କରିଥିଲା ।
Follow Us
/kanak/media/post_attachments/wp-content/uploads/2020/12/1-50.jpg)