କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗ : ମହିନ୍ଦ୍ରା କୋଚିଂ ସେଂଟରକୁ ସିଲ କଲା କଟକ ମହାନଗର ନିଗମ

181

କନକ ବ୍ୟୁରୋ : କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗରେ କୋଚିଂ ସେଂଟରକୁ ସିଲ କଲା କଟକ ମହାନଗର ନିଗମ । ଅରୁଣୋଦୟ ମାର୍କେଟରେ ଥିବା ମହିନ୍ଦ୍ରା କୋଚିଂ ସେଂଟରରେ କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗ ହୋଇଥିଲା । କୋଚିଂ ସେଂଟରରେ କ୍ଲାସରେ ଏକା ସାଙ୍ଗରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ବିନା ସାମାଜିକ ଦୂରତାରେ ବସି ପାଠ ପଢୁଥିଲେ ।

ଏନେଇ ଅଭିଯୋଗ ପରେ ସେଂଟରରେ ଚଢାଉ କରି ସିଲ କରିଛି ସିଏମସି ସ୍କ୍ୱାର୍ଡ । ଏଥିସହ ଅରୁଣଦୋୟ ମାର୍କେଟରେ ଥିବା ଅନ୍ୟ  କାର୍ଯ୍ୟାଳୟ ଓ କୋଚିଂ ସେଂଟର ବୁଲି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ପାଳନ ହେଉଛି ନା ନାହିଁ ଯାଂଚ କରିଛନ୍ତି ସିଏମସି କର୍ମଚାରୀ ।