କନକ ବ୍ୟୁରୋ : ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଥିଲା ଗୁପଚୁପ୍ ପ୍ରସ୍ତୁତି । କଟକ ଶଙ୍କରପୁରରେ ଗୁପଚୁପ୍ ବ୍ୟବସାୟୀଙ୍କ ଘରେ ସିଏମସି ଟିମର ରେଡ । ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପ ପ୍ରସ୍ତୁତ ହେଉଥିବା ଅଭିଯୋଗ ପରେ ରେଡ କରିଛି ସିଏମସିର ସ୍ୱାସ୍ଥ୍ୟ ବିଭାଗ । ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଖରାପ ପାଣିରେ ଗୁପଚୁପ୍ ତିଆରି ହେଉଥିବା ମଧ୍ୟ ଯାଞ୍ଚ ବେଳେ ଧରାପଡ଼ିଛି । ବହୁ ପରିମାଣର ଗୁପଚୁପକୁ ନଷ୍ଟ କଲା ସିଏମସିର ସ୍ୱାସ୍ଥ୍ୟ ବିଭାଗ ।

Advertisment

ଏହା ସହ ବ୍ୟବସାୟୀଙ୍କ ପରିବାରକୁ କଡ଼ା ତାଗିଦ କରାଯାଇଛି । କେବଳ ଏହି ଗୋଟିଏ ସ୍ଥାନରେ ନୁହେଁ ଅଧିକାଂଶ ସ୍ଥାନରେ ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପ୍ ତିଆରି ହୋଇଥାଏ । ବିଶେଷକରି ସହରମାନଙ୍କରେ ଥିବା ବସ୍ତି ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶରେ ଗୁ୍ପଚୁପ୍ ତିଆରି ହୋଇଥାଏ । ହେଲେ ପ୍ରଶାସନ ପକ୍ଷରୁ ଗୁପଚୁପର ମାନ ଯାଞ୍ଚ ପାଇଁ ସେଭଳି ବିଶେଷ ପଦକ୍ଷେପ ନିଆଯାଇନଥାଏ । ଅନ୍ୟପଟେ ଗୁପଚୁପ୍ ଏକ ଚଟାପଟା ଖାଦ୍ୟ ହୋଇଥିବାରୁ ଏହା ଅନେକଙ୍କ ପ୍ରଥମ ପସନ୍ଦ ପାଲଟିଥାଏ ।