କଟକରେ ସମସ୍ତ ଦୋକାନ ରାତି ୮ଟା ସୁଦ୍ଧା ବନ୍ଦ ! ଦୋକାନ ଆଗରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଲେଖାଥିବା ଏକ ବୋର୍ଡ ଟାଙ୍ଗିବାକୁ ନିର୍ଦ୍ଦେଶ: ମାସ୍କ ନପିନ୍ଧିଲେ ଗ୍ରାହକଙ୍କୁ ମିଳିବନି ରାସନ ସାମଗ୍ରୀ

ଦୋକାନୀ ଓ ଦୋକାନରେ କାମ କରୁଥିବା କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

173

କନକ ବ୍ୟୁରୋ: ଅନଲକ ୩ ପର୍ଯ୍ୟାୟରେ କଟକର ସମସ୍ତ ଦୋକାନ ରାତି ୮ଟା ସୁଦ୍ଧା ବନ୍ଦ ହେବ । ସବୁ ଦୋକାନ ଆଗରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଲେଖାଥିବା ଏକ ବୋର୍ଡ ଟାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୋକାନୀ ଓ ଦୋକାନରେ କାମ କରୁଥିବା କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମାସ୍କ ପିନ୍ଧିନଥିବା ଗ୍ରାହକଙ୍କୁ ଦୋକାନୀ ସାମଗ୍ରୀ ବିକ୍ରି କରିବେ ନାହିଁ । କୌଣସି ଦୋକାନରେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ ହେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେହିପରି ସଂକୀର୍ଣ୍ଣ ଓ ଜନଗହଳିପୂର୍ଣ୍ଣ ବଜାରରେ ୱାନ ୱେ ଟ୍ରାଫିକ ଆରମ୍ଭ ହେବ । କୌଣସି ଅଂଚଳ କଂଟେନମେଂଟ ଜୋନ ଘୋଷଣା ହେଲେ ଦୋକାନ ବନ୍ଦ କରି ପ୍ରଶାସନକୁ ସହଯୋଗ କରିବାକୁ ଅପିଲ କରାଯାଇଛି । ଏନେଇ ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି କଟକ ଡିସିପି ପ୍ରୀତକ ଗୀତା ସିଂ । ଅନଲକ ୩ରେ ଦୋକାନଗୁଜିକରେ ସାମାଜିକ ଦୂରତା ରକ୍ଷା କରିବା ଆଉ ନିର୍ଦ୍ଧାରିତ ସମୟ ପୂର୍ବରୁ ଦୋକାନ ବଜାର ବନ୍ଦ କରିବେ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି । ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଟକ ଡିସିପି ।