କଟକ ବାଦାମବାଡି ସ୍ଥିତ KFCରେ ସିଏମସିର ଚଢାଉ । ନିମ୍ନମାନର ଖାଦ୍ୟ ପଦାର୍ଥ ଥିବା ସିଏମସି ପକ୍ଷରୁ ସୂଚନା

Advertisment
କଟକ ବାଦାମବାଡି ସ୍ଥିତ KFCରେ ସିଏମସିର ଚଢାଉ । ନିମ୍ନମାନର ଖାଦ୍ୟ ପଦାର୍ଥ ଥିବା ସିଏମସି ପକ୍ଷରୁ ସୂଚନା

କନକ ବ୍ୟୁରୋ : କେଏଫସିରେ ସିଏମସି ଖାଦ୍ୟ ସୁରକ୍ଷା ସ୍କ୍ୱାଡର ଚଢାଉ । କଟକ ବାଦାମବାଡିରେ ଥିବା କେଏଏଫସି ରେଷ୍ଟୁରାଂଟରେ ଚଢାଉ କରିଛି ଖାଦ୍ୟ ସୁରକ୍ଷା ଟିମ୍ । କେଏଫସି ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରୁଥିବା ଅଭିଯୋଗ ରହିଥିବା ବେଳେ ଖାଦ୍ୟ ସୁରକ୍ଷା ଟିମ୍ ଚଢାଉ କରି କିଛି ଖାଦ୍ୟ ଜବତ କରିଛି । ପରୀକ୍ଷା ପାଇଁ ଏହି ଖାଦ୍ୟର ନମୂନା ଲାବ୍ରୋଟେରୀକୁ ପଠାଯିବ । ସେଠାରୁ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି । ଦୀପାବଳି ଉପଲକ୍ଷେ ଉଭୟ ଭୁବନେଶ୍ୱର ଏବଂ କଟକରେ ଖାଦ୍ୟ ସୁରକ୍ଷା ଟିମ ପକ୍ଷରୁ ବିଭିନ୍ନ ଖାଦ୍ୟ ଷ୍ଟଲ ଗୁଡିକରେ ଚଢାଉ କରାଯାଉଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe