କଟକରେ ଆରମ୍ଭ ହେବ ସ୍ୱେଚ୍ଛାକୃତ ଲକଡ଼ାଉନ୍ : ସ୍ୱେଚ୍ଛାକୃତ ଭାବେ ଲକଡ଼ାଉନ୍ ଲାଗୁ କରିବେ ବ୍ୟବସାୟୀ ସଂଘ; ଦିନ ୨ଟାରୁ ଦୋକାନ ବଜାର ବନ୍ଦ

464

କନକ ବ୍ୟୁରୋ : କରୋନା ସ୍ଥିତି ନେଇ ସିଏମସି କମିଶନରଙ୍କ ପ୍ରେସମିଟ୍ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, କଟକରେ ଆରମ୍ଭ ହେବ ସ୍ୱେଚ୍ଛାକୃତ ଲକଡାଉନ୍ । ସଂକ୍ରମଣ ବଢୁଛି ତେଣୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଉଛନ୍ତି । ସୋମବାର ଠାରୁ ଅର୍ଥାତ୍ ମେ ୩ରୁ ୧୮ ଯାଏଁ ସଂଘ ସ୍ୱେଚ୍ଛାକୃତ ଲକଡ଼ାଉନ୍ ଲାଗୁ କରିବ । ଦିନ ୨ଟା ପରେ ସହରରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ ।

ମାର୍କେଟ ଆସୋସିଏସନ, ଟ୍ରେଡର ଆସୋସିଏସନମାନଙ୍କ ସହିତ ମିଟିଂ କରାଯାଇଥିଲା । ଏଥିରେ ଦିନ ୨ଟାରୁ ଦୋକାନ ବଜାର ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ନିୟମ ସୋମବାର ଠାରୁ ଲାଗୁ କରାଯିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟବସାୟୀ ସଂଘ ସ୍ବେଚ୍ଛାକୃତ ଭାବେ ଏଭଳି ନିଷ୍ପତ୍ତି ନେଇଛି । ଯାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ । କରୋନାର ଚେନକୁ ଭାଙ୍ଗିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି । ଔଷଧ ଦୋକାନ ଖୋଲା ରହିବ । ମାଲ ଗୋଦାମରେ ଲୋଡିଂ ଏବଂ ଅନଲୋଡିଂ ଉପରେ କୌଣସି କଟକଣା ନାହିଁ ।

ଅନଲାଇନରେ ଫୁଡ୍ ଡେଲିଭରି ମଧ୍ୟ ହୋଇପାରିବ । ଏଥି ସହିତ ମାସ୍କ ପିନ୍ଧିବା, ସାନିଟାଇଜେସନ୍ ଓ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଉଛି । ତେବେ ଏହା ସ୍ୱେଚ୍ଛାକୃତ ଲକଡ଼ାଉନ ହୋଇଥିବାରୁ ଏହି ସମୟରେ ପୋଲିସ କିମ୍ବା ମହାନଗର ନିଗମ ପକ୍ଷରୁ କୌଣସି ଏନଫୋର୍ସମେଂଟ କରାଯିବ ନାହିଁ ବୋଲି କହିଛନ୍ତି ସିଏମସି କମିଶନର ।