ପୁଣି ତେଜିଲା କଟକ ରାଜନୀତି । ନୂଆପଡା, ବାଲିସାହି, ପ୍ରେସ କଲୋନୀ ଓ ଲେବର କଲୋନୀରେ ଜମୁଛି ପାଣି । ସମାଧାନ ପାଇଁ ପହଞ୍ଚିଥିବା କଟକ ସଦର ବିଧାୟକ ଓ ସିଏମସି କମିଶନର ହଟହଟା

343

କନକ ବ୍ୟୁରୋ: ପୁଣି ତେଜିଲା କଟକ ରାଜନୀତି । କଟକ ସଦର ବିଧାୟକ ଓ ସିଏମସି କମିଶନରଙ୍କୁ ହଟହଟା ହେବାକୁ ପଡିଛି । ଗୋଟିଏ ପଟେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଭିତିଭୂମି ପ୍ରସ୍ତୁତି ଚାଲିଥିବାବେଳେ ଏନ୍ୟପଟେ ଏଥିପାଇଁ ଜଳବନ୍ଦୀ ସମସ୍ୟାରେ ପଡିଛନ୍ତି ଶତାଧିକ ସହରବାସୀ । କେନ୍ଦ୍ରୀୟ ବିଦ୍ୟାଳୟ- ୨ ପାଇଁ ଖାଲୁଆ ଅଂଚଳକୁ ମାଟି ପକାଇ ପୋତୁଛି ଜାଇକା । ଏହା ଫଳରେ ନୂଆପଡା, ବାଲିସାହି, ପ୍ରେସ କଲୋନି ଓ ଲେବର କଲୋନି ଅଂଚଳରେ ଜଳ ନିଷ୍କାସନ ହୋଇପାରୁ ନଥିବା ଅଭିଯୋଗ ହେଉଛି । ଏହାକୁ ନେଇ ବସ୍ତିବାସିନ୍ଦାଙ୍କ ଭିତରେ ଅସନ୍ତୋଷ ବଢୁଥିବାବେଳେ ସମସ୍ୟାର ସମାଧାନ ପାଇଁ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଓ ସିଏମସି କମିଶନର ଅନନ୍ୟା ଦାସ ସେଠାରେ ପହଞ୍ଚିଥିଲେ ।
ଏଭଳି ସ୍ଥିତିରେ କନ୍ଦ୍ରେୀୟ ବିଦ୍ୟାଳୟ ସପକ୍ଷବାଦୀ ଏବଂ ଜଳବନ୍ଦୀ ସମସ୍ୟା ଭୋଗୁଥିବା ଲୋକଙ୍କ ଭିତରେ ଉତେଜନା ସୃଷ୍ଟି ହୋଇଥିଲା । ଏହି ଗଣ୍ଡଗୋଳ ଭିତରେ ଉଭୟ ବିଧାୟକ ଓ କମିଶନର ଫସି ଯାଇଥିଲେ । କିଛିଦିନ ତଳେ କାଳବୈଶାଖୀ ପ୍ରଭାବରେ ନୂଆପଡା ଓ ବାଲିସାହି ବସ୍ତିବାସିନ୍ଦାଙ୍କ ଅସ୍ଥାୟୀ ଟେଣ୍ଟ ଭୁଶୁଡି ପଡିଥିଲା । ଏହାକୁ ନେଇ ଉତେଜନା ପ୍ରକାଶ ପାଇବା ପରେ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଓ ବାପା ପ୍ରଭାତ ବିଶ୍ୱାଳ ପହଂଚି ବୋରଙ୍କୁ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ବିଧାୟକ ଓ ତାଙ୍କ ବାପା ସିଏମସି କମିଶନରଙ୍କ ବିରୋଧରେ ଅସନ୍ତୋଷ ଝାଡିଥିଲେ । ଏବେ ପୁଣି ସିଏମସି କମିଶନର ବସ୍ତିବାସିନ୍ଦାଙ୍କ ଆକ୍ରାଶୋର ଶିକାର ହୋଇଛନ୍ତି ।