କନକ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଚାଲୁଥିବାବେଳେ ଭାରତରେ ଯୋଗୀଙ୍କର କଡା ନିର୍ଦ୍ଦେଶ । ନିକଟରେ ଆଲିଗଡ ୟୁନିଭର୍ସିଟିରେ ପାଲେଷ୍ଟାଇନ୍ ସମର୍ଥନରେ ଇସ୍ରାଏଲ ବିରୋଧୀ ନାରା ଦିଆଯିବାକୁ ନେଇ କଠୋର ହୋଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଇସ୍ରାଏଲ ଓ ହମାସ୍ ଯୁଦ୍ଧରେ ଭାରତର ଇସ୍ରାଏଲ ସମର୍ଥନ ବିରୋଧରେ କେହି ସ୍ୱର ଉଠାଇଲେ ନିଆଯିବ କଡା କର୍ଯ୍ୟାନୁଷ୍ଠାନ । ନବରାତ୍ରୀ ବା ଆସନ୍ତା କୌଣସି ପର୍ବାଣୀକୁ ନେଇ ସବୁ ଜିଲ୍ଲାର ଡିଏମଙ୍କୁୁ ଯୋଗୀ ଭିଡିଓ କନଫରେନ୍ସ ଜରିଆରେ ଜରୁରୀକାଳୀନ ବୈଠକ କରିଥିଲେ । ଇସ୍ରାଏଲ ଯୁଦ୍ଧକୁ ନେଇ ଭାରତର ବିଚାର ବିରୋଧରେ କୌଣସି ଗତିବିଧି ବିରୋରେ କଠୋର ହେବାକୁ ଏଥିରେ ଜିଲ୍ଲାପାଳଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ।

Advertisment

ସୂଚନା ମୁତାବକ, ଅକ୍ଟୋବର ୯ ତାରିଖରେ ଆଲିଗଡ ମୁସ୍ଲିମ ୟୁନିଭର୍ସିଟିରେ ଶହଶହ ଛାତ୍ର ପାଲେଷ୍ଟାଇନକୁ ସମର୍ଥନ ଜଣାଇ ଶୋଭାଯାତ୍ରା ବାହାର କରିଥିଲେ । ଏଥିରେ ସେମାନେ ଧାର୍ମିକ ନାରାବାଜି ମଧ୍ୟ କରିଥିଲେ । ଏହାସହ କୋଲକାତା ଓ ଚେନ୍ନାଇରେ ମଧ୍ୟ ଇସ୍ରାଏଲ ବିରୋଧୀ ପ୍ରଦର୍ଶନ କରାଯାଇଥିଲା । ଅକ୍ଟୋବର ୧୩ ତାରିଖରେ ଏସଆଇଓ ନାମକ ସଙ୍ଗଠନ ଇସ୍ରାଏଲ ବିରୋଧରେ ଦେଶର ବିଭିନ୍ନ ସହରରେ ଶୋଭାଯାତ୍ରା ବାହାର କରିବାର ସୂଚନା ରହିଛି ।