କାହା ସମ୍ପତ୍ତି କେତେ ବଢିଛି? କାହା ବିରୋଧରେ କେତେ ଅପରାଧିକ ମାମଲା ?

କାହା ସମ୍ପତ୍ତି କେତେ ବଢିଛି? କାହା ବିରୋଧରେ କେତେ ଅପରାଧିକ ମାମଲା ?

କନକ ବ୍ୟୁରୋ: ଫେବ୍ରୁଆରୀ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏଥିରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଗୋରଖପୁରରୁ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ସମାଜବାଦୀ ପାର୍ଟି ମୁଖିଆ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କରହନ୍ ନିର୍ବାଚନୀ କ୍ଷେତ୍ରରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଦୁହେଁ ନାମାଙ୍କନ ପତ୍ର ଦାଖଲ ସମୟରେ ନିଜର ସମସ୍ତ ସମ୍ପତ୍ତି ଓ କ୍ରିମିନାଲ କେସ୍ର ତଥ୍ୟା ଦାଖଲ କରିଛନ୍ତି । ତେବେ ଜାଣିବା ଶାସନ କାଳରେ କିଏ କେତେ ସମ୍ପତ୍ତି ବଢାଇଛନ୍ତି ଏବଂ କାହା ବିରୋଧରେ ରହିଛି କେତେ ଅପରାଧିକ ମାମଲା ।

ମୁଖ୍ୟମନ୍ତ୍ରୀ ଥିବା ସମୟରେ ଯୋଗୀ ଆଦିତ୍ୟନାଥ ଯୋଗୀଙ୍କ ସମ୍ପତ୍ତି ୬୧ ପ୍ରତିଶତ ବଢିଛି । ୨୦୧୭ ବିଧାନପରିଷଦ ନିର୍ବାଚନ ବେଳକୁ ତାଙ୍କର ସମ୍ପତ୍ତି ୯୫. ୯୮ ଲକ୍ଷ ଟଙ୍କା ଥିଲା । ଅନ୍ୟପଟେ ଅଖିଳେଶ ଯାଦବ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ । ୨୦୧୨ରେ ଅଖିଳେଶ ବିଧାନ ପରିଷଦ ନିର୍ବାଚନ ଲଢିଥିଲେ । ସେତେବେଳେ ତାଙ୍କ ସମ୍ପତ୍ତି ଥିଲା ୮.୮୪ କୋଟି । ଏହାପରେ ୨୦୧୯ରେ ଅଖିଳେଶ ଆଜମଗଡ ଆସନରୁ ଲୋକସଭା ନିର୍ବାଚନ ଲଢିଥିଲେ । ସେତେେବେଳେକୁ ତାଙ୍କ ସମ୍ପତ୍ତି ମୂଲ୍ୟ ୩୭.୭୮ କୋଟିିରେ ପହଞ୍ଚିଥିଲା । ୭ ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତି ୩୨୭ ପ୍ରତିଶତରୁ ଅଧିକ ବଢିଥିବା ତଥ୍ୟ ପ୍ରକାଶ ପାଇଛି ।

କାହା ବିରୋଧରେ କେତେ ଅପରାଧିକ ମାମଲା?

ଯୋଗୀ ଆଦିତ୍ୟନାଥ ୨୦୧୭ରେ ଯେତେବେଳେ ନାମାଙ୍କନ ଦାଖଲ କରିଥିଲେ ତାଙ୍କ ଉପରେ ସେତେବେଳକୁ ୩ଟି ଅପରାଧିକ ମାମଲା ଥିଲା । କିନ୍ତୁ ଏବେ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ବେଳକୁ ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନଥିବା ଜଣାପଡିଛି । ଅନ୍ୟପଟେ ଅଖିଳେଶ ଯାଦବ ଯେତେବେଳେ ୨୦୧୯ରେ ନାମାଙ୍କନ ପତ୍ର ଦାଖଲ କଲେ ତାଙ୍କ ବିରୋଧରେ କୌଣସି କ୍ରିମିନାଲ କେସ୍ ନଥିଲା । କିନ୍ତୁ ଗାଦିରୁ ହଟିବା ପରେ ହିଁ ତାଙ୍କ ନାଁରେ ମାମଲା ଦାଏର ହୋଇଯାଇଥିଲା । ଏବେ ୨୦୨୨ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ବେଳେ ତାଙ୍କ ବିରୋଧରେ ୩ଟି କ୍ରିମିନାଲ କେସ୍ ଥିବା ତଥ୍ୟ ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe