ମହିଳା ଶିକ୍ଷାକୁ ନେଇ ଯୋଗୀଙ୍କ ଯୁଗାନ୍ତକାରୀ ନିଷ୍ପତ୍ତି, ଘରୋଇ ସ୍କୁଲକୁ ଦେଲେ ଏମିତି ନିର୍ଦ୍ଦେଶ

84

କନକ ବ୍ୟୁରୋ : ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାଳିକାମାନଙ୍କ ଶିକ୍ଷାକୁ ନେଇ ଏକ ଯୁଗାନ୍ତକାରୀ ନିର୍ଦ୍ଦେଶ ଦେଇଛନ୍ତି । ଯୋଗୀ କହିଛନ୍ତି କି ମହିଳାମାନଙ୍କ ଶିକ୍ଷା ଉପରେ ସରକାର ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏଥିାପଇଁ ସରକାରୀ ସ୍ତରରେ ମହିଳା ଶିକ୍ଷାକୁ ପ୍ରୋତ୍ସାହିତ କରାଯିବାର ଦରକାର । ଏହି କ୍ରମରେ ସେ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କୁ ଏକ ନିର୍ଦ୍ଦେଶ ଦେଇ କହିଛନ୍ତି କି ଯଦି ଗୋଟିଏ ଘରୋଇ ଶିକ୍ଷାନୁଷ୍ଠାନରେ ଦୁଇ ଭଉଣୀ ପାଠ ପଢୁଛନ୍ତି ତେବେ ଶିକ୍ଷାନୁଷ୍ଠାନ ତରଫରୁ ଜଣଙ୍କର ସ୍କୁଲ ଫିସ୍ ଛାଡ କରାଯାଉ । ଯଦି ଘରୋଇ ସ୍କୁଲ ଏହା ନକରୁଛି ତେବେ ଏନେଇ ସରକାରୀ ବିଭାଗ ଜଣେ ଛାତ୍ରୀଙ୍କର ଫିସ ପ୍ରଦାନ କରୁ   । ଏନେଇ ଜିଲ୍ଲା ସ୍ତରର ଏକ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଉ ।

ଗାନ୍ଧୀ ଜୟନ୍ତି ଅବସରରେ ଲୋକଭବନ ଠାରେ ଆୟୋଜିତ ଛାତ୍ରବୃତ୍ତି ବିତରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗୀ ରାଜ୍ୟର ୧ ଲକ୍ଷ ୫୧ ହଜାର ଛାତ୍ର ଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଛାତ୍ରବୃତ୍ତି ପ୍ରଦାନ କରିଛନ୍ତି । ଏହାସହ ନଭେମ୍ବର ୩୦ ତାରିଖ ସୁଦ୍ଧା ମିଶନ ମୋଡରେ ଛାତ୍ରବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ର ଛାତ୍ରୀଙ୍କ ଆକାଉଣ୍ଟକୁ ଟଙ୍କା ଦେବାକୁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି କି ସ୍ୱାଧୀନତା ପରେ ପଛୁଆ ବର୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଉପଜାତି ଓ ସଂଖ୍ୟାଲଘୁ ମାନଙ୍କୁ ଭୋଟ ବ୍ୟାଙ୍କ ଭାବେ ବ୍ୟବାହାର କରାଗଲା, କିନ୍ତୁ ସେମାନଙ୍କ ଦାବିକୁ ସରକାର ଶୁଣିଲେ ନାହିଁ । ଯଦି ସେତେବେଳେ ସରକାର ସେମାନଙ୍କ ବିକାଶ ନେଇ ଚିନ୍ତା କରିଥାନ୍ତେ ତେବେ ଆଜିର ସରକାର ସେମାନଙ୍କୁ ବୃତ୍ତି ଦେବାକଥା ଚନ୍ତା କରିନଥାନ୍ତା