ଯୋଗୀଙ୍କ କାନ୍ଧରେ ମୋଦୀଙ୍କ ହାତକୁ ନେଇ ବିରୋଧୀଙ୍କ କଟାକ୍ଷ, ଅଖିଳେଶ କହିଲେ ଏମିତି କଥା

341

କନକ ବ୍ୟୁରୋ : ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ରବିବାର ଦିନ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଏକ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋକୁ ନେଇ ଏବେ ବିରୋଧୀମାନେ ଯୋଗୀ ଓ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ଏହି ଫଟୋରେ ଦେଖିବାକୁ ମିଳିଛି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗୀଙ୍କ କାନ୍ଧରେ ହାତ ରଖି ଚାଲୁଛନ୍ତି । ଏହି ଫଟୋ ସହ ଯୋଗୀ ଏକ କବିତା ବି ସେୟାର କରିଛନ୍ତି । ଯାହାର ପ୍ରଥମ ପଂକ୍ତି ରହିଛି କି ଆମେ ବାହାରିଲୁ ପଣ କରି ………………

ଏହି ଫଟୋ ସାମ୍ନାକୁ ଆସିବା ପରେ ବିରୋଧୀମାନେ ଏହାକୁ ନେଇ କଟାକ୍ଷ କରିବା ଆରମ୍ଭ କରିଦେଇଛନ୍ତି । ଏହି ଫଟୋକୁ ନେଇ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି କି “ବେଇମାନଙ୍କ କାନ୍ଧରେ ହାତ ରଖି କିଛି ପାଦ ଆଗକୁ ଯିବାକୁ ପଡୁଛି” । ଏହାସହ ସମାଜବାଦୀ ପାର୍ଟର ଏମଏଲସି ସୁନୀଲ ସିଂ ଲେଖିଛନ୍ତି କି “ତୁମ ଦ୍ୱାରା ହେବ ନାହିଁ, ଏଥର ଅଖିଳେଶଙ୍କ ରାଜ ଚାଲିବ”

ଅନ୍ୟପଟେ କଂଗ୍ରେସର ପ୍ରବକ୍ତା ସୁରେନ୍ଦ୍ର ରାଜପୁତ ଲେଖିଛନ୍ତି କି ଏମାନେ ଚାଲୁ ନାହାଁନ୍ତି ଏମାନଙ୍କୁ ୟୁପିବାସୀ ବିଦା କରୁଛନ୍ତି । ସେ ଆହୁରି କହିଛନ୍ତି କି ୟୁପିରେ ବେରୋଜଗାରୀ ହାର ଏବେ ରେକର୍ଡ ସ୍ତରରେ ରହିଛି । କୃଷକଙ୍କୁ ଗାଡି ମଡାଇ ହତ୍ୟା କରାଯାଉଛି । ଏହାକୁ ନେଇ ଉତ୍ତରପ୍ରଦେଶବାସୀ ବିଜେପିକୁ ରାଜ୍ୟରୁ ବାହାର କରିବାକୁ ସ୍ଥିର କରିସାରିଛନ୍ତି ।