ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର । ପରିବାରକୁ ସହଯୋଗ କରିବାକୁ ପ୍ରତିଶୃତି ଦେଲେ ଯୋଗୀ ଆଦିତ୍ୟନାଥ

177

କନକ ବ୍ୟୁରୋ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ପତ୍ନୀଙ୍କ ସହ ଫୋନରେ କଥା ହୋଇଛନ୍ତି । ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରିଛନ୍ତି । ଏପରି ଘଡିସନ୍ଧି ମୁହୂର୍ତ୍ତରେ ରାଜୁଙ୍କ ଚିକିତ୍ସା ପାଇଁ ଯଥାସମ୍ଭବ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଛନ୍ତି ଯୋଗୀ ।

କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କର ଫ୍ୟାନ୍ସ ଗ୍ରୁପ୍ ପୁରା ଚିନ୍ତିତ ଅଛନ୍ତି । ଏକ ଜିମ୍ରେ ବ୍ୟାୟାମ କରୁଥିବାବେଳେ ହୃଦଘାତ ଯୋଗୁଁ ଅସୁସ୍ଥ ହୋଇପଡିଥିଲେ ।ବର୍ତ୍ତମାନ ତାଙ୍କୁ ଦିଲ୍ଲୀ ଏମ୍ସ ସିସିୟୁରେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ଏପରି ଗୁରୁତ୍ୱପୂର୍ଣ୍ଣ ସମୟରେ ସାହାଯ୍ୟର ହାତ ବଢାଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାଜୁଙ୍କ ଚିକିତ୍ସା ପାଇଁ ଆବଶ୍ୟକ ମୁତାବକ, ତାଙ୍କୁ ସମସ୍ତ ସାହାଯ୍ୟ ଯୋଗାଇଦେବାକୁ ରାଜୁଙ୍କ ପତ୍ନୀଙ୍କୁ ପ୍ରତିଶୃତି ଦେଇଛନ୍ତି ଯୋଗୀ । କେବଳ ଏତିକି ନୁହେଁ ରାଜ୍ୟର ସମସ୍ତ ଅଧିକାରୀଙ୍କୁ ମଧ୍ୟ ରାଜୁଙ୍କ ପରିବାରକୁ ଯଥାସମ୍ଭବ ସାହାଯ୍ୟ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏମ୍ସ ହସ୍ପିଟାଲ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ରାଜୁ ଶ୍ରୀବାସ୍ତବଙ୍କର ଏନଜିଓଗ୍ରାଫି ହୋଇଛି । ହାର୍ଟର ଏକାଧିକ ହୋଲ ଥିବା ଜଣାପଡିଛି । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବର୍ତ୍ତମାନ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିବା ଡାକ୍ତର କହିଛନ୍ତି ।