ଗୋରଖପୁରରେ ୟୁପି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ! ସକାଳୁ ଗୋଶାଳା ଯାଇ ଗୋରୁଗାଈଙ୍କୁ ଦେଲେ ଖାଦ୍ୟ

54

କନକ ବ୍ୟୁରୋ : ପୂର୍ବ ପରି ଆଜି ପୁଣି ସକାଳୁ ସକାଳୁ ପ୍ରଥମେ ଗୋଶାଳା ଯାଇଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଆଉ ସେଠାରେ ଗୋରୁ ଗାଈଙ୍କୁ ଖାଇବାକୁ ଦେଇଛନ୍ତି । ଗୋରଖପୁରରେ ରହୁଥିବା ବେଳେ ପ୍ରତିଦିନ ସକାଳୁ ପ୍ରଥମେ ସେ ଗୋରୁଗାଈଙ୍କୁ ଖାଇବାକୁ ଦେବା ପରେ ହିଁ ମନ୍ଦିରରେ ପୂଜା କରିବାକୁ ଯାଉଥିଲେ । ତେବେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରାଜଧାନୀ ଲକ୍ଷ୍ନୌରେ ରହୁଥିବାରୁ ତାଙ୍କର ଜୀବନଚର୍ଯ୍ୟାରେ କିଛି ପରିବର୍ତନ ହୋଇଛି ।

ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ଗତକାଲି ପ୍ରଥମ ଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀ ତଥା କର୍ମଭୂମି ଗୋରଖପୁରକୁ ଆସିଛନ୍ତି ଯୋଗୀ ଆଦିତ୍ୟନାଥ । ଆଜି ସେ ଗୋରଖପୁରରେ ହିଁ ରହିବେ । ସଭାଗାରରେ ଗୋରଖପୁର ମଣ୍ଡଳର ଅଧିକାରୀମାନଙ୍କ ସହ ବିକାଶ ପ୍ରସଙ୍ଗରେ ଆଲୋଚନା କରିବେ । ଏହାସହ ଯୋଗୀରାଜ ବାବା ଗମ୍ଭୀରନାଥଙ୍କ ବ୍ରହ୍ମଲୀନ ଶତବାର୍ଷିକୀ ପୂର୍ତିର ସମାପନ ସମାରୋହରେ ମଧ୍ୟ ସାମିଲ ହେବେ ଯୋଗୀ ଆଦିତ୍ୟନାଥ । ଏହି ଅବସରରେ ସେ ଗୋରଖପୁରବାସୀଙ୍କୁ କୃତଜ୍ଞତା ଜଣାଇବା ସହ ନିଜକୁ ନାୟକ ନୁହେଁ, ବରଂ ଜଣେ ସାଧାରଣ ଯୋଗୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।