ଦଙ୍ଗାକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ଯୋଗୀ, କହିଲେ ଏମିତି କଥା

121

କନକ ବ୍ୟୁରୋ : ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଚିରାଚରିତ ଢଙ୍ଗରେ ପୁଣି ବିରୋଧୀଙ୍କୁ ଟାର୍ଗେଟ୍ କରିଛ୍ତି । ଲକ୍ଷ୍ନୌର ପଞ୍ଚାୟତ ଭବନରେ ଆୟୋଜିତ ପଛୁଆ ବର୍ଗ ସାମାଜିକ ପ୍ରତିନିଧି ସମ୍ମିଳନୀକୁ ଉଦଘାଟନ କରିଥିଲେ । ସେଠାରେ ସମ୍ବୋନ୍ଧନ ବେଳେ ଯୋଗୀ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ।

ଯୋଗୀ ତାଙ୍କ ଭାଷଣରେ କହିଥିଲେ କି ୨୦୧୪ ରେ ନାରା ଲାଗିଥିଲା ‘ସବକା ସାଥ୍ ସବକା ବିକାଶ’ ଏହା ପୂର୍ବରୁ ଯେଉଁ ଲୋକମାନେ ଦେଶ ଓ ରାଜ୍ୟମାନଙ୍କ ଶାସନ କ୍ଷମତାରେ ଥିଲେ ସେମାନଙ୍କ ନାରା ଥିଲା ‘ସବକା ସାଥ୍ ମାତ୍ର ପରିବାରର ବିକାଶ’ ଯୋଗୀ କହିଥିଲେ କି ସେହିଲୋକମାନଙ୍କର ନିଜ ପରିବାରର ବିକାଶ ବ୍ୟତୀତ ସମାଜ ଓ ରାଷ୍ଟ୍ରପ୍ରତି ସେମାନଙ୍କର କୌଣସି ଚିନ୍ତା ନଥିବା କଥା ଯୋଗୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ କି ଯେତେବେଳେ ପର୍ବ ପର୍ବାଣୀ ଆସିଥାଏ ସେତେବେଳେ ଆସ୍ଥାର ସମ୍ମାନ କରିବା କଥା କିନ୍ତୁ ସେତେବେଳେ ବିରୋଧୀଙ୍କ ଷଡଯନ୍ତ୍ର ଯୋଗୁଁ କଫ୍ୟୁ ଲଗାଇବାକୁ ପଡୁଛି । ପୂର୍ବ ସରକାର ଜାଣିଶୁଣି ଦଙ୍ଗାକୁ ପ୍ରୋତ୍ସାହିତ କରୁଥିଲେ ହେଲେ ୪.୫ ବର୍ଷ ହେବ ୟୁପିରେ କୌଣସି ଦଙ୍ଗା ହୋଇନାହିଁ ବୋଲି ଯୋଗୀ କହିଥିଲେ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରି ଯୋଗୀ କହିଥିଲେ କି ମୋଦୀଙ୍କ ସ୍ୱପ୍ନ ହେଉଛି ଦେଶର ସମସ୍ତ ଗରିବ ଲୋକଙ୍କୁ ଘର ମିଳୁ, ବିଜୁଳି ମିଳୁ । ପ୍ରଧାନମନ୍ତ୍ରୀ ୭ ବର୍ଷ ହେବ ଏହା ଉପରେ କାମ କରୁଛନ୍ତି । ୟୁପିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪୨ ଲକ୍ଷ ଲୋକଙ୍କୁ ଘର ମିଳିଥିବା କଥା ସେ କହିଛନ୍ତି । ଅନ୍ୟପଟେ ଯେଉଁ ଲୋକଙ୍କ ଘରେ ଶୌଚାଳୟ ନଥିଲା ସେମାନଙ୍କୁ ମୋଦୀ ସରକାର ଶୌଚାଳୟ ଦେଇଛନ୍ତି । ଏହି କ୍ରମରେ ୟୁପିରେ ୨ କୋଟି ୬୧ ଲକ୍ଷ ପରିବାରକୁ ଶୌଚାଳୟ ଦିଆଯାଇଥିବା କଥା ଯୋଗୀ କହିଛନ୍ତି ।