ଆନନ୍ଦପୁର ବ୍ୟାରେଜର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଚାଷ ପାଇଁ ମିଳିବ ଜଳସେଚନ ସୁବିଧା । ବିଏନ ହାଇସ୍କୁଲର ପ୍ଲାଟିନମ ଜୁବୁଲି ଉତ୍ସବରେ ସାମିଲ ହେଲେ ନବୀନ

ଆନନ୍ଦପୁର ବ୍ୟାରେଜର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଚାଷ ପାଇଁ ମିଳିବ ଜଳସେଚନ ସୁବିଧା । ବିଏନ ହାଇସ୍କୁଲର ପ୍ଲାଟିନମ ଜୁବୁଲି ଉତ୍ସବରେ ସାମିଲ ହେଲେ ନବୀନ

କନକ ବ୍ୟୁରୋ: କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ । କୃଷି ପାଇଁ ଜଳସେଚନ ସୁବିଧା ନିମନ୍ତେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ୟାରେଜର ଉଦଘାଟନ କରିଛନ୍ତି । ବୈତରଣୀ ନଦୀ ଉପରେ ନିର୍ମିତ ଏହି ବ୍ୟାରେଜରେ ବ୍ୟୟ ହୋଇଛି ୪୭୫ କୋଟି ଟଙ୍କା । ଏହି ବ୍ୟାରେଜର ଦୈର୍ଘ୍ୟ ୪୯୦ ମିଟର ହୋଇଥିବା ବେଳେ ଜଳଧାରଣ କ୍ଷମତା ୩୫୦ ଲକ୍ଷ ଘନ ମିଟର ।

publive-image

ଏହି ବ୍ୟାରେଜ ଦ୍ୱାରା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ହାଟଡିହି ଓ ଘସିପୁରା ବ୍ଲକରେ ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ । ସେହିପରି ବାଲେଶ୍ୱର ଜିଲ୍ଲାର ଖଇରା, ଓଉପଦା, ନୀଳଗିରି, ବହାନଗା, ବାଲେଶ୍ୱର ସଦର, ରେମୁଣା ଓ ସୋର ବ୍ଲକର ୬୦ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ ।

publive-image

ଅନ୍ୟପକ୍ଷରେ ବିଏନ ହାଇସ୍କୁଲ ପ୍ଲାଟିନମ ଜୁବୁଲି ସମାରୋହରେ ସାମିଲ ହେବେ । ଆନନ୍ଦପୁର ଷ୍ଟାଡିୟମରେ ପହଂଚିବା ପରେ ସେଠାରେ ବିଭିନ୍ନ ପ୍ରକାରର ଉଦଘାଟନ ଓ ଶିଳାନ୍ୟାସ କରିବା ସହ ବିଶାଳ ଜନସଭାକୁ ଉଦବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe