କନକ ବ୍ୟୁରୋ: କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ । କୃଷି ପାଇଁ ଜଳସେଚନ ସୁବିଧା ନିମନ୍ତେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ୟାରେଜର ଉଦଘାଟନ କରିଛନ୍ତି । ବୈତରଣୀ ନଦୀ ଉପରେ ନିର୍ମିତ ଏହି ବ୍ୟାରେଜରେ ବ୍ୟୟ ହୋଇଛି ୪୭୫ କୋଟି ଟଙ୍କା । ଏହି ବ୍ୟାରେଜର ଦୈର୍ଘ୍ୟ ୪୯୦ ମିଟର ହୋଇଥିବା ବେଳେ ଜଳଧାରଣ କ୍ଷମତା ୩୫୦ ଲକ୍ଷ ଘନ ମିଟର ।
ଏହି ବ୍ୟାରେଜ ଦ୍ୱାରା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ହାଟଡିହି ଓ ଘସିପୁରା ବ୍ଲକରେ ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ । ସେହିପରି ବାଲେଶ୍ୱର ଜିଲ୍ଲାର ଖଇରା, ଓଉପଦା, ନୀଳଗିରି, ବହାନଗା, ବାଲେଶ୍ୱର ସଦର, ରେମୁଣା ଓ ସୋର ବ୍ଲକର ୬୦ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ ।
ଅନ୍ୟପକ୍ଷରେ ବିଏନ ହାଇସ୍କୁଲ ପ୍ଲାଟିନମ ଜୁବୁଲି ସମାରୋହରେ ସାମିଲ ହେବେ । ଆନନ୍ଦପୁର ଷ୍ଟାଡିୟମରେ ପହଂଚିବା ପରେ ସେଠାରେ ବିଭିନ୍ନ ପ୍ରକାରର ଉଦଘାଟନ ଓ ଶିଳାନ୍ୟାସ କରିବା ସହ ବିଶାଳ ଜନସଭାକୁ ଉଦବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/CM-2.jpg)
/kanak/media/post_attachments/wp-content/uploads/2020/01/EPlYivvUYAESNFL.jpg)
/kanak/media/post_attachments/wp-content/uploads/2020/01/Screen-Shot-2020-01-31-at-12.27.13-PM.png)