ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ନିଟ୍, ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ମୋଦିଙ୍କୁ ଅନୁରୋଧ କଲେ ନବୀନ ।

611

କନକ ବ୍ୟୁରୋ : ନିଟ ଓ ଜେଇଇ ପରୀକ୍ଷା ଘୁଂଚାଇବାକୁ କେନ୍ଦ୍ରକୁ ପୁଣିଥରେ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କହିଛନ୍ତି, କୋଭିଡ ଓ ରାଜ୍ୟର ବନ୍ୟା ପରିସ୍ଥିତି ଦୃଷ୍ଟିରୁ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀ ସମସ୍ୟାର ସମ୍ମୁଖୀନ ହେବେ । ତେଣୁ ଏହାକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ଘୁଂଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ନବୀନ ଅନୁରୋଧ କରିଛନ୍ତି ।

ସେପ୍ଟେମ୍ବରରେ ପହିଲାରେ ଜେଇଇ ଓ ନିଟ୍ ପରୀକ୍ଷା ହେବାର ଅଛି । ପରୀକ୍ଷା ଘୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ମଙ୍ଗଳବାରଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏହା ସତ୍ୱେ ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବାକୁ ଏନଟିଏ ମଙ୍ଗଳବାର ସନ୍ଧ୍ୟାରେ ଘୋଷଣା କରିଥିଲେ ।

ସେପ୍ଟେମ୍ବରରେ ନିଟ୍ ଓ ଜେଇଇ ପରୀକ୍ଷାକୁ ଘୁଂଚାଇବାକୁ କଂଗ୍ରେସ ଶାସିତ ରାଜ୍ୟ ସମେତ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ମହାରାଷ୍ଟ୍ର ବିରୋଧ କରିସାରିଛନ୍ତି । କାଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ଏନେଇ ବୈଠକ କରିଥିଲେ । ତେବେ ପରୀକ୍ଷା ନଘୁଞ୍ଚିଲେ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ମଧ୍ୟ କହିଥିଲେ । ଅନ୍ୟପଟେ ଜେଇଇ ଓ ନିଟ୍ ପରୀକ୍ଷାକୁ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କୁ ଅନରୋଧ କରିଥିଲେ ଅଭିନେତା ସୋନୁ ସୁଦ୍ ।