କରୋନା ସଂକ୍ରମିତ ୨ ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ସାଲେପୁର ପ୍ରଶାନ୍ତ ବେହେରା ଓ ନିଳଗିରି ବିଧାୟକ ସୁକାନ୍ତ ନାୟକଙ୍କୁ କଲେ ଫୋନ, ପଚାରି ବୁଝିଲେ ସ୍ୱାସ୍ଥ୍ୟବସ୍ଥା ।

334

କନକ ବ୍ୟୁରୋ: କରୋନା ସଂକ୍ରମିତ ୨ ବିଧାୟକଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇ ବିଧାୟକଙ୍କ ସହ ଫୋନ କରି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରିବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସେମାନଙ୍କ ତୁରନ୍ତ ସୁସ୍ଥ ଆରୋଗ୍ୟ କାମନା କରିଛନ୍ତି ।

ଅନ୍ୟପଟେ କୋଭିଡ କେୟାର ସେଂଟରରେ ଚିକିତ୍ସିତ ଥିବା ବିଭିନ୍ନ କୋଭିଡ ଯୋଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ମଧ୍ୟ ପଚାରିବୁଝିଛନ୍ତି ମୁଖ୍ୟମନ୍ତ୍ରୀ ।ଏହି ସମୟରେ ମୁଖ୍ୟମନ୍ତ୍ରୀ ବିପନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ମିଳୁଥିବା ସେବା ସଂପର୍କରେ ପଚାରି ବୁଝିଥିଲେ । ଡାକ୍ତରଖାନା ଗୁଡ଼ିକରେ ଠିକ ଭାବେ ସ୍ୱାସ୍ଥ୍ୟ ସେବା ମିଳୁଛି କି ନାହିଁ ତାହା ଅବଗତ ହୋଇଥିଲେ ।