ଚାଷୀ ଆତ୍ମହତ୍ୟା ନେଇ ବିଜେପି ଟାର୍ଗେଟରେ କୃଷିମନ୍ତ୍ରୀ : ସଜ୍ଜନ ଶର୍ମା କହିଲେ, ମହାରଥୀଙ୍କୁ ମନ୍ତ୍ରୀ ପଦରୁ ମୁକ୍ତ କରନ୍ତୁ ମୁଖ୍ୟମନ୍ତ୍ରୀ

53

କନକ ବ୍ୟୁରୋ : ଚାଷୀ ଆତ୍ମହତ୍ୟା ନେଇ ବିଜେପି ଟାର୍ଗେଟରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ । ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଲେ, କାହିଁକି ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ଭେଟୁନାହାନ୍ତି କୃଷିମନ୍ତ୍ରୀ । ସରକାର ଚାଷ ଜମିରେ ଜଳସେଂଚନ କରାଯାଇଥିବା ନେଇ କହୁଥିବା ବେଳେ ବିଜେପି ଅଭିଯୋଗ କରିଛି ଚାଷ ଜମିରେ ପାଣି ପହଂଚିପାରିନି ।

ଚାଷୀକୁ ସଠିକ୍ ସମୟରେ କୃଷି ଋଣ ମିଳିପାରୁନଥିବା କହିଛନ୍ତି ସଜ୍ଜନ ଶର୍ମା । ଚାଷୀ ସମବାୟ ବ୍ୟାଙ୍କରୁ ଋଣ ନପାଇ ବାହାରୁ ଧାର କରଜ କରିଛି । ଫସଲହାନୀ ପରେ ଝଣ ସୁଝି ନପାରି ଚାଷୀ ଆତ୍ମହତ୍ୟା କରୁଥିବା କହିଛନ୍ତି ବିଜେପି ମ୍ରୁଖପାତ୍ର । ରାଜ୍ୟରେ ଆଳୁ ମିସନ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଶୀତଳ ଭଣ୍ଡାର ନଥିବାରୁ ଚାଷୀର ଆଳୁ ଏବେ ନଷ୍ଟ ହେଉଛି । ରାଜ୍ୟରେ ଚାଷୀ ଆତ୍ମହତ୍ୟା ବଢୁଥିବା ବେଳେ ପ୍ରଦୀପ ମହାରଥୀଙ୍କୁ କୃଷିମନ୍ତ୍ରୀ ଦାୟିତ୍ୱରୁ ମୁକ୍ତ କରନ୍ତୁ ବୋଲି କହିଛନ୍ତି ସଜନ ଶର୍ମା ।