ଚେତାଇଲେ ନିରଞ୍ଜନ । ଦିବ୍ୟଶଙ୍କରଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ।

Advertisment
ଚେତାଇଲେ ନିରଞ୍ଜନ । ଦିବ୍ୟଶଙ୍କରଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ :  ମମିତା ମୃତ୍ୟୁ ମାମଲାରେ କଡା ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ମମିତା ମେହେରଙ୍କ ମୃତ୍ୟୁ ଦୁଃଖଦାୟକ । ଦିବ୍ୟଶଙ୍କର ମିଶ୍ରଙ୍କୁ ଇସ୍ତଫା ଦେବା ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ । ବିଜେପି ଯେମିତି ଲଖୀମପୁର ଖେରୀ ମାମଲାରେ ନିଜ କେନ୍ଦ୍ରମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛି, ନବୀନ ପଟ୍ଟନାୟକ ସେପରି ନକରନ୍ତୁ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ମମିତାଙ୍କ ପରିବାର ଲୋକେ ଯେପରି ତଦନ୍ତ ଚାହୁଁଛନ୍ତି, ସେହିପରି ତଦନ୍ତ କରାଯାଉ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମସ୍ତ ଆଇନଗତ ସହାୟତା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ପିସିସି ସଭାପତି ।

ଏହାସହ ନିରଞ୍ଜନ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କର ଯଦି ସଦବୁଦ୍ଧି ଥିବ ତା’ହେଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଇସ୍ତଫା ଦେବାପାଇଁ ନିର୍ଦେଶ ଦିଅନ୍ତୁ, ନହେଲେ ତାଙ୍କୁ ବାହାର କରନ୍ତୁ। ଏଭଳି କାର୍ଯ୍ୟ ମାଧ୍ୟମରେ ରାଜନୈତିକ ଇତିହାସ ସୃଷ୍ଟି କରନ୍ତୁ। ମନ୍ତ୍ରୀଙ୍କୁ କାଢ଼ିଲେ ପଞ୍ଚାୟତ ନିର୍ବାଚନ ଉପରେ ପ୍ରଭାବ ପଡ଼ିବ ବୋଲି ଯଦି ମୁଖ୍ୟମନ୍ତ୍ରୀ ଭାବୁଥାନ୍ତି, ତାହେଲେ ମନ୍ତ୍ରୀଙ୍କୁ ନ କାଢ଼ିଲେ ବି ତାଠୁ ଅଧିକ ପ୍ରଭାବ ପଡ଼ିବ। ମମିତାଙ୍କ ପରିବାରକୁ ସମସ୍ତ ଆଇନଗତ ସହାୟତା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ସେହିପରି  ପ୍ରଦୀପ ମାଝୀଙ୍କ ଇସ୍ତଫା ନେଇ ପିସିସି ସଭାପତି ମତ ରଖିଛନ୍ତି ଯେ  ନିର୍ବାଚନ ପୂର୍ବରୁ ବିକାକିଣା କରେ ବିଜେଡି। ତେଣୁ ପଂଚାୟତ ନିର୍ବାଚନ ପୂର୍ବରୁ ବିକାକିଣା ଚାଲିବ।  ପ୍ରଦୀପ ଏତେ  ଅଧୈର୍ଯ୍ୟ ଆଉ ପଦବି ପାଇଁ ଏତେ ଲାଲାୟିତ ଯେ ଦୁଇଦିନ ପୂର୍ବରୁ ଫୋନ କରି ଯିବିନି ବୋଲି କହି ପୁଣି ପଳେଇଲେ।  ରାଜନୀତିରେ ଏପରି ଆଚରଣ ଠିକ ନୁହେଁ।  କଂଗ୍ରେସ ତାଙ୍କୁ ସବୁ ଦେଲା ପରେ ବି ଧୈର୍ଯ୍ୟହରା ହୋଇ ,ଅଧିକ ଲୋଭରେ ବିଜେଡିକୁ ପଳେଇଛନ୍ତି। ଆମର ଦକ୍ଷିଣ ଓଡ଼ିଶାରେ ଅନେକ ଆଦିବାସୀ ଯୋଗ୍ୟ ନେତା ଅଛନ୍ତି ସେମାନେ ଦାୟିତ୍ୱ ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe