କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ଖୁସି କହିଲେ ନସରେ । କାରଣ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଦେଇଛନ୍ତିି ବଡ ଉପହାର । ରାଜ୍ୟର ସବୁ ସରକାରୀ କର୍ମଚାରୀଙ୍କୁ କେନ୍ଦ୍ର ସରକାରୀଙ୍କ ଭଳି ସମାନ ମହଙ୍ଗା ଭତ୍ତା ଦେବାକୁ ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶର ସବୁ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ୩ କି ୪ ପ୍ରତିଶତ ନୁହେଁ ଏକାଥରକେ ୪୨ ପ୍ରତିଶତ ମହଙ୍ଗା ଭତ୍ତା ମିଳିବ । ଜାନୁଆରୀ ମାସରୁ ଜୁନ୍ ମାସ ଯାଏଁ ଏରିଅର ମିଳିବ । ଏହାକୁ ଦରମା ସହ ୩ଟି କିସ୍ତିରେ ଦେବାକୁ ଘୋଷଣା ହୋଇଛି ।