ଦୁନିଆ ଦେଖିଲା ଆଦି ଶଙ୍କରାଚାର୍ଯ୍ୟଙ୍କ ବିଶାଳକାୟ ପ୍ରତିମୂର୍ତ୍ତି । ମଧ୍ୟପ୍ରଦେଶ ଓଁଙ୍କାରେଶ୍ୱର ନର୍ମଦା କୂଳରେ ଶୋଭାପାଉଛି ୧୦୮ ଫୁଟ୍ ଉଚ୍ଚର ଅଷ୍ଟଧାତୁ ମୂର୍ତ୍ତି

195

କନକ ବ୍ୟୁରୋ : ଉଦଘାଟିତ ହୋଇଛି ଆଦି ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ୍ ଉଚ୍ଚର ବିଶାଳ ମୂର୍ତ୍ତି । ମଧ୍ୟପ୍ରଦେଶ ଓଁଙ୍କାରେଶ୍ୱରଠାରେ ସ୍ଥାପନା କରାଯାଇଥିବା ଏହି ବିଶାଳକାୟ ମୂର୍ତ୍ତି ର୍କୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଉଦଘାଟନ କରିଛନ୍ତି । କେରଳରେ ଜନ୍ମିତ ଆଦି ଶଙ୍କରାଚାର୍ଯ୍ୟ ପିଲାଟି ଦିନରୁ ସନ୍ନ୍ୟାସୀ ହୋଇ ଓଁଙ୍କାରେଶ୍ୱରରେ ପହଂଚିଥିଲେ । ତାଙ୍କରି ଏହି ପ୍ରତି ମୂର୍ତ୍ତି ଆଜି ଉଦଘାଟିତ ହୋଇଛି । ଆଧ୍ୟାତ୍ମିକ ମହତ୍ୱ ଦୃଷ୍ଟିରୁ ପର୍ଯ୍ୟଟକଙ୍କୁ ଏହା ବେଶ ଆକର୍ଷିତ କରିବ । ଏହି ଷ୍ଟାଚ୍ୟୁ ଅଫ୍ ୱାନନେସ୍ ପରିଯୋଜନା ନିର୍ମାଣ ପାଇଁ ୨ହଜାର ୧୪୧ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରାଯାଇଛି । ଅଷ୍ଟଧାତୁରେ ନିର୍ମିତ ଏହି ବିଶାଳ ପ୍ରତିମା ନର୍ମଦା ନଦୀ ନିକଟରେ ଶୋଭା ପାଉଛି । ୧୮ ସେପ୍ଟେମ୍ବରରେ ଏହାର ଅନାବରଣ କାର୍ଯ୍ୟକ୍ରମ ଥିବା ବେଳେ ବର୍ଷା ଯୋଗୁଁ ଏବେ ଆଜି ଏହି କାର୍ଯ୍ୟକ୍ରମ ରଖାଯାଇଥିଲା । ହଜାର ହଜାର ଲୋକଙ୍କ ଗହଣରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଉପସ୍ଥିତ ରହି ଏହି ବିଶାଳକାୟ ପ୍ରତିମୂର୍ତିର ଉଦଘାଟନ କରିଛନ୍ତି ।