କନକ ବ୍ୟୁରୋ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କରୋନା ପଜିଟିଭ୍ । ଆକ୍ରାନ୍ତ ହୋଇଥିବା ଟୁଇଟ୍ କରି ନିଜେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ତାଙ୍କ ଦେହରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା ଓ ପରୀକ୍ଷା ପରେ ପଜିଟିଭ୍ ଆସିଥିବା ସେ ସୂଚନା ଦେଇଛନ୍ତି । ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ଟେଷ୍ଟ କରିବାକୁ କହିଛନ୍ତି । ଏବଂ ନିକଟ ସମ୍ପର୍କୀୟଙ୍କୁ ସଂଗରୋଧରେ ରହିବାକୁ କହିଛନ୍ତି । ସେ କୋଭିଡ୍-୧୯ର ସମସ୍ତ ଗାଇଡଲାଇନ ମାନୁଥିବା ଟୁଇଟରେ ଲେଖିଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ସଂଗରୋଧରେ ରହିବେ ।
ଟୁଇଟରେ, ମୋର ପ୍ରିୟ ରାଜ୍ୟବାସୀ, ମୋ ଶରୀରରେ କୋଭିଡ-୧୯ର ଲକ୍ଷଣ ଦେଖାଯାଉଥିଲା। ଏବେ ମୁଁ ସ୍ବାବ ନମୁନା ପରୀକ୍ଷା କରାଇବା ପରେ ରିପୋର୍ଟ ପଜିଟିଭ୍ ଆସିଛି। ମୁଁ ମୋର ସବୁ ସାଥୀମାନଙ୍କୁ ଅନୁରୋଧ କରୁଛି କି, ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କୋଭିଡ ପରୀକ୍ଷା କରାଇ ନିଅନ୍ତୁ ଏବଂ ନିଜକୁ ସଙ୍ଗରୋଧରେ ରଖନ୍ତୁ ବୋଲି ଲେଖି ଟୁଇଟ୍ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ।
मेरे प्रिय प्रदेशवासियों, मुझे #COVID19 के लक्षण आ रहे थे, टेस्ट के बाद मेरी रिपोर्ट पॉज़िटिव आई है। मेरी सभी साथियों से अपील है कि जो भी मेरे संपर्क में आए हैं, वह अपना कोरोना टेस्ट करवा लें। मेरे निकट संपर्क वाले लोग क्वारन्टीन में चले जाएँ।
— Shivraj Singh Chouhan (@ChouhanShivraj) July 25, 2020
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୁଁ କୋଭିଡ-୧୯ର ସମସ୍ତ ନିର୍ଦ୍ଦେଶାବଳୀ ଅନୁସରଣ କରୁଛି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମୁଁ ନିଜକୁ କ୍ବାରେଣ୍ଟାଇନ କରିବି । ମୁଁ ମୋ ରାଜ୍ୟର ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରୁଛି, ଟିକିଏ ଅସାବଧାନତା କରୋନାକୁ ଆମନ୍ତ୍ରଣ କରେ । ମୁଁ କରୋନାକୁ ଏଡାଇବା ପାଇଁ ସମସ୍ତ ଚେଷ୍ଟା କରିଥିଲି କିନ୍ତୁ ଲୋକମାନେ ଅନେକ ବିଷୟ ଉପରେ ସାକ୍ଷାତ କରୁଥିଲେ । କୋଭିଡ-୧୯ ପାଇଁ ଠିକ୍ ସମୟରେ ଚିକିତ୍ସା କରାଯାଏ, ତା’ପରେ ବ୍ୟକ୍ତି ସୁସ୍ଥ ହୋଇଯାଏ । ମୁଁ ମାର୍ଚ୍ଚ ୨୫ଠାରୁ ପ୍ରତି ସନ୍ଧ୍ୟାରେ କରୋନା ସଂକ୍ରମଣର ସ୍ଥିତି ସମୀକ୍ଷା କରୁଛି । ମୁଁ ବର୍ତ୍ତମାନ ଯଥାସମ୍ଭବ ଭିଡିଓ କନଫରେନ୍ସିଂ ସହିତ କରୋନା ସମୀକ୍ଷା କରିବାକୁ ଚେଷ୍ଟା କରିବି ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଟ୍ୱିଟ୍ କରି କହିଛନ୍ତି ।