ଲକଡାଉନରେ ଭୋକିଲା ରହିବେନି ବୁଲା ପଶୁ । ୬୭ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

219

କନକ ବ୍ୟୁରୋ : କରୋନା କାଳରେ କେବଳ ମଣିଷର ନୁହେଁ ବୁଲା ପଶୁପକ୍ଷୀଙ୍କର ମଧ୍ୟ ଭୋକର ବ୍ୟଥା ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏଥିପାଇଁ ତୃତୀୟଥର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର କରିଛନ୍ତି ନବୀନ । ଏହି ଅର୍ଥ  ସହରାଞ୍ଚଳରେ ଥିବା ବୁଲା ପଶୁଙ୍କ ଖାଦ୍ୟ ବାବଦକୁ ଖର୍ଚ୍ଚ କରାଯିବ । ଲକଡାଉନ ସମୟରେ ଏହି ଅର୍ଥ ଖର୍ଚ୍ଚ କରାଯିବ ।

ଭୁବନେଶ୍ୱର ମହାନଗର ନିଗମ ଦୈନିକ ୨୦ ହଜାର ଓ ଅନ୍ୟ ୪ ମହାନଗର ନିଗମ ଦୈନିକ ୧୦ ହଜାର ଟଙ୍କା ଲେଖାଏଁ ବୁଲା ପଶୁଙ୍କ ଖାଦ୍ୟ ପାଇଁ ବ୍ୟବହାର କରିପାରିବେ । ସେହିଭଳି ଅନ୍ୟ ୪୮ଟି ମ୍ୟୁନିସପାଲଟି ଦୈନିକ ୫ ହଜାର ଲେଖାଏଁ ଓ ୬୧ଟି ଏନଏସି ଦୈନିକ ୨ ହଜାର ଲେଖାଏଁ ଖର୍ଚ୍ଚ କରିପାରିବେ । ଏହାପୂର୍ବରୁ ଲକଡାଉନ ସମୟରେ ବୁଲା ପଶୁଙ୍କ ଖାଦ୍ୟ ବାବଦକୁ ୧ କୋଟି ୧୩ ଲକ୍ଷ ୯୪ ହଜାର ଟଙ୍କା ମଞ୍ଜୁର କରିଥିଲେ ନବୀନ ।