ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ । ପଢନ୍ତୁ କ’ଣ କହିଲେ ନବୀନ ।

ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ । ପଢନ୍ତୁ କ’ଣ କହିଲେ ନବୀନ ।

କନକ ବ୍ୟୁରୋ : ସାଧାରଣ ବଜେଟ ଅଳ୍ପ ଖୁସି ଦେଇଛି, ଅଧିକ ନିରାଶ କରିଛି । ବଜେଟକୁ ନେଇ ଏପରି କିଛି ଇସାରା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ଟେକ୍ନୋଲୋଜି ଓ ଭିତ୍ତିଭୂମି ବିକାଶ ନେଇ ବଜେଟରେ ଗୁରୁତ୍ୱ ଦିଆଯାଇଥିବାରୁ ଏହାର ସକରାତ୍ମକ ପ୍ରଭାବ ପଡିବ । ତେବେ କୃଷିର ବିକାଶ, କୃଷକ କଲ୍ୟାଣ, ଉଚ୍ଚ ଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ ପାଇଁ ବ୍ୟୟବରାଦ କମିଛି, ଯାହା ସାମଗ୍ରିକ ବିକାଶରେ ବାଧା ସୃଷ୍ଟି କରିବ ।

ମହାମାରୀ ବେଳେ ମନରେଗା ଖର୍ଚ୍ଚ କାଟ କରିବା ମଧ୍ୟ ଗରିବ ଲୋକଙ୍କ ସମସ୍ୟାକୁ ବୃଦ୍ଧି କରିବ । ଖାଦ୍ୟ ସବସିଡି ହ୍ରାସ ପାଇବା ମଧ୍ୟ ଶସ୍ୟ ସଂଗ୍ରହ ନୀତିକୁ ପ୍ରଭାବିତ କରିବ, ଯାହାର ପୁନର୍ବିଚାର ହେବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଦରଦାମ ବୃଦ୍ଧି, ଏଲପିଜି ସବସିଡି ହ୍ରାସ ପାଇବା ମଧ୍ୟବିତଙ୍କ ଉପରେ ଚାପ ବଢ଼ାଇବ । ଓଡ଼ିଶା ମିଲେଟ୍ ମିଶନ, ପୁଷ୍ଟିକର ଖାଦ୍ୟ ନିରାପତା ଓ କୃଷକଙ୍କ ବଢ଼ାଇବା ପାଇଁ ଗେମ୍ ଚେଞ୍ଜର ହୋଇଛି । କେନ୍ଦ୍ରୀୟ ବଜେଟରେ ମାଣ୍ଡିଆ ବା ମିଲେଟକୁ ଗୁରୁତ୍ୱ ଦିଆଯାଇଥିବାରୁ ଖୁସି ପ୍ରକାଶ କରିଛନ୍ତି ନବୀନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe