କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତକୁ ବିରୋଧ । ଜିଲ୍ଲା ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାଯାଇଛି । ସୁନ୍ଦରଗଡ ପୁଲିସ ଏହାକୁ ଆଖି ଆଗରେ ରଖି ୨୪ ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
୧୨ପ୍ଲାଟୁନ ପୁଲିସ ଫୋର୍ସ,୫ ଡିଏସପି ଓ ୩୦ ଅଫିସର ସଜାଗ ରହିଛନ୍ତି । ସେପଟେ ସୁନ୍ଦରଗଡରେ ୪ଘଂଟିଆ ବନ୍ଦ ଡାକରା ଦେଇଛି ସୁନ୍ଦରଗଡ ସଚେତନ ନାଗରିକ କମିଟି । ସକାଳ ୭ଟାରୁ ୧୧ଟା ଯାଏ ବନ୍ଦ ପାଳନ କରୁଛି କମିଟି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ପ୍ରତିବାଦ କରିବା ସହ ଜିଲ୍ଲାପାଳଙ୍କ ବଦଳି ଦାବିରେ ବନ୍ଦ ପାଳନ କରୁଛି କମିଟି । ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ଗସ୍ତ କରି ବିଭିନ୍ନ ସ୍ଥାନରେ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିବା ସହ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।
ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/vlcsnap-2016-12-04-09h16m47s960.png)