ପ୍ରବାଦ ପୁରୁଷଙ୍କୁ ପୁଷ୍ପମାଲ୍ୟ ଦେଇ ଭାବବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ । ବିଜୁ ପଟ୍ଟନାୟକ ପାର୍କରେ ଏକାଠି ହେଲେ ଶହଶହ ବିଜେଡି ନେତା, କର୍ମୀ ।

215

କନକ ବ୍ୟୁରୋ: ଆଜି ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମବାର୍ଷିକି । ଏହି ଅବସରରେ ପଂଚାୟତିରାଜ ତଥା ଲୋକସେବା ଦିବସ ପାଳିତ ହେଉଛି । ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆଜି ଆୟୋଜନ କରାଯାଇଛି । ବିଜୁ ପଟ୍ଟନାୟକ ଫରେଷ୍ଟ ପାର୍କରେ ପହଁଚି ଶ୍ରଦ୍ଧାଂଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ କର୍ମୀଙ୍କ ସହ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ।

ସେହିପରି ଏୟାରପୋର୍ଟ ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିଛନ୍ତି ଦଳୀୟ ନେତା ଓ କର୍ମୀ । ସେପଟେ ଶଙ୍ଖଭବନରେ ମଧ୍ୟ ପ୍ରବାଦ ପୁରୁଷଙ୍କ ସ୍ମୃତିରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ ରାଉତ, ରାଜ୍ୟସଭା ସାଂସଦ ସୁଲତା ଦେଓ, ମେୟର ସୁଲୋଚନା ଦାସ, ମନ୍ତ୍ରୀ ଅଶୋକ ପଣ୍ଡା, ରାଜ୍ୟ ସଭା ସାଂସଦ ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।