କନକ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସାମ୍ବାଦିକ ପ୍ରଶ୍ନ ପଚାରିବା ସମୟରେ ବିହାର କ୍ୟାବିନେଟର ମନ୍ତ୍ରୀଙ୍କ ବେକ ଧରିପକାଇଲେ ନୀତିଶ । ତାଙ୍କର ଏଭଳି ବ୍ୟବହାର ଦେଖି ସେଠାରେ ଉପସ୍ଥିତ ସମସ୍ତେ ତାଜୁବ ହୋଇଯାଇଥିଲେ ।

Advertisment

ସୂଚନା ମୁତାବକ, ପାଟଣାରେ ମରିସସ୍ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଶିବସାଗର ରାମଗୁଲାମଙ୍କ ଜୟନ୍ତି ଅବସରରେ ଯୋଗ ଦେଇ ଫେରୁଥିବା ସମୟରେ ତାଙ୍କୁ ପ୍ରଶ୍ନ କରିଥିଲେ ସାମ୍ବାଦିକ । ଏହି ସମୟରେ ପଛରେ ଛିଡା ହୋଇଥିବା ମନ୍ତ୍ରୀ ଅଶୋକ ଚୌଧୁରୀଙ୍କୁ ଖୋଜିଥିଲେ ଏବଂ ତାଙ୍କ ବେକକୁ ଧରି ଆଗକୁ ନେଇଆସିଥିଲେ । କହିଥିଲେ ‘ ଦେଖ ଇଏ ମଧ୍ୟ ଟିକା ଲଗାଇଛନ୍ତି’ ।

କହିରଖୁଁ , କିଛି ଦିନ ପୂର୍ବରୁ ଅଶୋକ ଚୌଧୁରୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଟିକା ଲଗାଇ ଭଜନକୀର୍ତ୍ତନ କରୁଥିବା ଦେଖିବାକୁ ମିଳିଥିଲା । ନୀତିଶ କୁମାରଙ୍କୁ ମଧ୍ୟ ଏହି ଭିଡିଓ ବାବଦରେ ଜଣାଥିଲା । ବୋଧ ହୁଏ ଏହି କାରଣ ଯୋଗୁଁ ନୀତିଶ ମନ୍ତ୍ରୀ ଅଶୋକ ଚୌଧୁରୀଙ୍କ ସହ ଏଭଳି ବ୍ୟବହାର କରିଥିବା କୁହାଯାଉଛି ।