କନକ ବ୍ୟୁରୋ: କରୋନ କାଳରେ ଜୀବନ ଓ ଜୀବିକାକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି ରାଜ୍ୟ ସରକାର । ଯେତେବେଳେ ଓମିକ୍ରନ ପାଇଁ ରାଜ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି । ଦୈନିକ ସଂକ୍ରମଣ ବଢୁଛି । ସେତେବେଳେ ରାଜ୍ୟର କରୋନା ସ୍ଥିତି ନେଇ ସମକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ସଂକ୍ରମଣ ରୋକିବାକୁ କୋଭିଡ୍ ନିୟମ ଅନୁପାଳନ କରିବାକୁ ଅନୁରୋଧ କରିବା ସହ ଜରୁରୀ ସ୍ଥିତିରେ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜୀବୀକା ଉପରେ ଯେମିତି କିଛି ପ୍ରଭାବ ନପଡିବ ସେ ଦିଗକୁ ଦୃଷ୍ଟିରେ ରଖି କଟକଣା ଲଗାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ତେବେ ରାଜ୍ୟର କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ସବୁ ସରକାରୀ, ବେସରକାରୀ କୋଭିଡ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ ଦିନ ଭିତରେ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୨ୟ ଲହରରେ ଯେମିତି ବ୍ୟବସ୍ଥା ହୋଇଥିଲା, ସେମିତି ଏବେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ ହସ୍ପିଟାଲରେ ବେଡ, ଆଇସିୟୁ ପ୍ରସ୍ତୁତ ରଖିବା ସହ ଯୁଦ୍ଧକାଳୀନ ଭିତ୍ତି ସମସ୍ତ ପ୍ରସ୍ତୁତି ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୧୫ରୁ ୧୮ ବର୍ଷ ପିଲାଙ୍କ ଟୀକାକରଣ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଜନସାଧାରଣଙ୍କୁ ସତର୍କତା ରହିବା ସହ କରୋନା ନିୟମ ମାନିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/34-5.jpg)
/kanak/media/post_attachments/wp-content/uploads/2022/01/31-4.jpg)