‘ନବୀନ ମ୍ୟାଜିକ’ ପଛର ରହସ୍ୟ କଣ ? ସାକ୍ଷାତକାରରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1,077

କନକ ବ୍ୟୁରୋ: ଓଡିଶା ଲିଟେରାରୀ ଫେଷ୍ଟିଭାଲରେ ମନ କଥା କହିଲେ ମୁଖ୍ୟମନ୍ତ୍ରୀ । ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ଫେଷ୍ଟିଭାଲରେ ସମ୍ପାଦକ ପ୍ରଭୁ ଚାଓଲାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାରରେ ମନକଥା କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମାଜିକ ପରିବର୍ତ୍ତନ ପାଇଁ ସାହିତ୍ୟ ଅପରିହାର୍ଯ୍ୟ । ସାହିତ୍ୟର ଆବଶ୍ୟକତା ସହ ଅନେକ ପଥିତଯଶା ସାହିତ୍ୟିକଙ୍କୁ ମନେ ପକାଇଲେ ନବୀନ । ସାରଳା ମହାଭାରତ ଓଡିଆ ସାହିତ୍ୟର ପରିବର୍ତ୍ତନର ବାହକ । ନିଜ ଅଭିଭାଷଣରେ ନାରୀ ଶିକ୍ଷା କଥା ଉଠାଇ ଫକୀରମୋହନ ସେନାପତିଙ୍କ କଥା କହିଲେ ନବୀନ ।

ତେବେ ମଞ୍ଚରେ ପ୍ରଭୁ ଚାଓଲାଙ୍କ ବିଭିନ୍ନ ପ୍ରଶ୍ନରେ ଉତ୍ତର ରଖିଲେ ନବୀନ । ନିଜ ସରକାରର ସଫଳତାର ମନ୍ତ୍ର କହିଲେ ମୁଖ୍ୟମନ୍ତ୍ରୀ । ଲୋକଙ୍କ ପାଇଁ କାମ କରୁଥିବାରୁ ଆଉ ଲୋକଙ୍କ ସହ ଜଡିତ ଥିବାରୁ ଆମେ ଲୋକଙ୍କ ଭରସା ଜିତି ସରକାର ଗଢୁଛୁ । ଏହା କୌଣସି ମ୍ୟାଜିକ ନୁହେଁ ବରଂ ଭଲ ଟିମ ୱାର୍କ ପାଇଁ ସମ୍ଭବ ହେଉଛି ବୋଲି ଉତ୍ତର ରଖିଥିଲେ ନବୀନ ।

ତେବେ ସବୁ କାର୍ଯ୍ୟରେ କେନ୍ଦ୍ର ସହ ଆମେ ସମନ୍ୱୟ ରଖିବାରେ ବିଶ୍ୱାସ କରୁ । ଏହା ସହ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କଲେ ନବୀନ । ନବୀନ ଓଡିଶାର ବିରାଟ କୋହଲି ? ଚାଓଲାଙ୍କ ପ୍ରଶ୍ନରେ ଉତ୍ତର ରଖି ନବୀନ କହିଲେ ମୁଁ ବିରାଟଙ୍କ ବଡ ଫ୍ୟାନ । ତେବେ ନିଜ ବ୍ୟାୟାମ ସମ୍ପର୍କରେ ମତ ରଖିଛନ୍ତି ନବୀନ । ସେ କମ ଖାଆନ୍ତି ଆଉ ଦିନକୁ ୨ ଥର ବ୍ୟାୟାମ କରନ୍ତି ବୋଲି କହିଛନ୍ତି ।

ତେବେ ସଚିବାଳୟକୁ କଣ ପାଇଁ ଲୋକସେବା ଭବନ ନାଁ କଲେ ତାର ଉତ୍ତର ରଖି ନବୀନ କହିଛନ୍ତି କି ଲୋକ କୈନ୍ଦ୍ରିକ ସରକାର ହୋଇଥିବାରୁ ଆମେ ଏହି ନାଁ ରଖିଲୁ ।