କନକ ବ୍ୟୁରୋ: ନବୀନ ଲେଖିଲେ ଜୟ ଜଗନ୍ନାଥ । ନିଜ ଟ୍ୱିଟର ପେଜରେ ଜୟ ଜଗନ୍ନାଥ ଲେଖିଲେ ମୁଖ୍ୟମନ୍ତ୍ରୀ । ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ନବୀନ ପଟ୍ଟନାୟକ କହିଲେ ଜୟ ଜଗନ୍ନାଥ । ତେବେ ବଡ ଦାଣ୍ଡରେ ରଥ ଗଡିବା ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି ପରେ ଜଗନ୍ନାଥପ୍ରେମୀଙ୍କ ମନରେ ଆନନ୍ଦର ଅଶ୍ରୁ ବୋହିଛି । ସମସ୍ତେ ଓଡିଆ ଜାତିର ଜୟ ହୋଇଥିବା କହି ଜୟ ଜଗନ୍ନାଥ କହିଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟର ପେଜରେ ଜୟ ଜଗନ୍ନାଥ ଲେଖିଛନ୍ତି ।
ତେବେ ଶେଷରେ ସମସ୍ତ ଆଶା ଆଶଙ୍କା ଓ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶହଶହ ବର୍ଷର ପ୍ରଚଳିତ ପରମ୍ପରାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କେବଳ ଜଗନ୍ନାଥ ଧାମ ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ କରିବାକୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍ କୋର୍ଟ ଓଡ଼ିଶା ରାଜ୍ୟ ସରକାରଙ୍କୁ ଅନୁମତି ଦେଇଛନ୍ତି। ଫଳରେ ଚଳିତ ବର୍ଷ କୋଭିଡ୍-୧୯ ମହାମାରୀ ପରିପ୍ରେକ୍ଷୀରେ ପୁରୀରେ ରଥଯାତ୍ରାର ଆୟୋଜନ ହେବ ନାହିଁ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହାର ଅବସାନ ଘଟିଛି। ଚୂଡ଼ାନ୍ତ ରାୟ ଶୁଣାଇ ମୁଖ୍ୟବିଚାରପତି କହିଛନ୍ତି ଯେ ଆମେ କେବଳ ପୁରୀ ପାଇଁ ରଥଯାତ୍ରା ଲାଗି ଅନୁମତି ଦେଉଛୁ। ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ।
ସେପଟେ ଶ୍ରୀକ୍ଷେତ୍ରରେ ରଥଯାତ୍ରା ହେବା ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ ପରେ ଜଗନ୍ନାଥପ୍ରେମୀ ଖୁସି ହୋଇଛନ୍ତି । କଟକଣା ଭିତରେ ରଥଯାତ୍ରା କରିବାକୁ ଅନୁମତି ତା ସହ ବିନା ଭକ୍ତର ଘୋଷଯାତ୍ରା କରିବାକୁ ଅନୁମତି ମିଳିବା ପରେ ବି ଭକ୍ତ ଖୁସି ଅଛି । ଖୁସିରେ ଭକ୍ତ କହିଛି ଆମେ ଆସିବୁନି, ସେ ଆସୁ... ବଡଦାଣ୍ଡକୁ ଆମେ ନଆସୁ ବରଂ କାଳିଆ ଆସୁ । ତା ରଥ ବଡଦାଣ୍ଡରେ ଗଡୁ ଆମେ ଘରେ ରହି ତାକୁ ଖାଲି ଟିକେ ଦେଖିବାକୁ ଚାହୁଁ... ସୁପ୍ରିମକୋର୍ଟଙ୍କ ରାୟ ପରେ କାଳିଆ ପାଇଁ କାନ୍ଦିଲେ ଭକ୍ତ । କହିଲେ, କାଳିଆରେ ତୁ ଡାକ ଶୁଣିଲୁ...କୋଟି କୋଟି ଭକ୍ତଙ୍କ କଥା ରଖିଲୁ...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/14-16.jpg)
/kanak/media/post_attachments/wp-content/uploads/2020/06/8-19.jpg)
/kanak/media/post_attachments/wp-content/uploads/2020/06/10-UP.jpg)