ଟ୍ରିପଲ୍ ମର୍ଡର ଘଟଣାରେ ଆଜି ଗୃହରେ ଉତ୍ତର ରଖିବେ ମୁଖ୍ୟମନ୍ତ୍ରୀ: ବାଚସ୍ପତି ଦେଲେ ରୁଲିଂ, ଦାବି କରିଥିଲେ ବିରୋଧୀ

166

କନକ ବ୍ୟୁରୋ: ପିପିଲି ପଟ୍ଟନାଇକିଆ ଛକରେ ଟ୍ରିପଲ ମର୍ଡର ଘଟଣା । ହତ୍ୟାକାଣ୍ଡ ଘଟଣା ନେଇ ଆଜି ବିଧାନସଭାରେ ଉତ୍ତର ରଖିବେ ମୁଖ୍ୟମନ୍ତ୍ରୀ । ଗୃହରେ ବିବୃତି ରଖିବାକୁ ରୁଲିଂ ଦେଲେ ବାଚସ୍ପତି । ବାଚସ୍ପତିଙ୍କ ରୁଲିଂ ପରେ ଆଜି ଗୃହରେ ଉତ୍ତର ରଖିବେ ମୁଖ୍ୟମନ୍ତ୍ରୀ । ତେବେ ଟ୍ରିପଲ ମର୍ଡର ନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ ବିରୋଧୀ ।

ତେବେ ଗତକାଲି ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଗୃହ ଗରମ ହୋଇଥିଲା । ବିଧାନସଭା ଆରମ୍ଭରୁ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇଥିଲେ ବିଜେପି ବିଧାୟକ । ପ୍ରଶ୍ନକାଳ ବନ୍ଦ କରି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀ ଅଡି ବସିଥିଲେ । ଗୃହରେ ହୋହଲ୍ଲା, ନାରାବାଜି କରିଥିଲେ । କେନ୍ଦ୍ରାପଡା ଗୁଳିକାଣ୍ଡ ଏବଂ ପିପିଲି ପଟ୍ଟନାଇକିଆ ଟ୍ରିପଲ ମର୍ଡର ଘଟଣା ଉଠାଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ତେବେ ଆଜି ଉକ୍ତ ଦୁଇଟି ପ୍ରସଙ୍ଗରେ ବିଧାନସଭାରେ ବିବୃତି ରଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।