ବିଜୟ ପରେ ନୂଆ ବିଧାୟକଙ୍କୁ ନବୀନଙ୍କ ମନ୍ତ୍ର । ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ । ଲୋକଙ୍କ ସମସ୍ୟା ବୁଝ, ସମାଧାନ କର…

479

କନକ ବ୍ୟୁରୋ: ବାଲେଶ୍ୱର- ତିର୍ତ୍ତୋଲରେ ବିଜେଡିର ବିପୁଳ ବିଜୟ ପରେ ନବୀନଙ୍କ ସମ୍ବୋଧନ । ଦୁଇଟି ଆସନରେ ବିଜେଡିକୁ ବିଶ୍ୱାସ କରି ବିଜେତା କରିଥିବାରୁ ବାଲେଶ୍ୱର ଏବଂ ତିର୍ତ୍ତୋଲବାସୀଙ୍କୁ ଧନ୍ୟବାଦ ଦେବା ସହ ନବୀନ କହିଲେ ମୁଁ ଆପଣଙ୍କ ପାଖେ ଋଣୀ । ତେବେ ଭିଡିଓ କନଫରେନ୍ସରେ ଆଜି ଦୁଇ ସିଟର ନୂଆ ବିଧାୟକଙ୍କ ସହ ଆଲୋଚନା କରି ମନ୍ତ୍ର ଦେଇଛନ୍ତି । ଏଥିସହ କରୋନା ଭିତରେ କଠିନ ପରିଶ୍ରମ କରି ବିଜୟର ସ୍ୱାଦ ଚଖାଇଥିବା କର୍ମକର୍ତ୍ତାଙ୍କୁ ବି ଧନ୍ୟବାଦ ଜଣାଇଲେ ଦଳର ସଭାପତି ।

ତେବେ ପ୍ରଥମେ ତିର୍ତ୍ତୋଲବାସୀ, କର୍ମୀଙ୍କୁ ଧନ୍ୟବାଦ ଜଣାଇବା ପରେ ବାଲେଶ୍ୱରବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଜୟ ପାଇଁ ଆମ କର୍ମୀମାନେ ବହୁତ ପରିଶ୍ରମ କରିଛନ୍ତି । କରୋନା କାଳରେ ନିୟମ ମାନି କାମ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ । ବିଜୟୀ ହୋଇଥିବା ବିଜୟ ଶଙ୍କରଙ୍କୁ ମୋର ଅଭିିନନ୍ଦନ । ତିର୍ତ୍ତୋଲର ବିକାଶ ପାଇଁ ଆପଣ କାମ ଜାରି ରଖନ୍ତୁ । କରୋନା ସମୟରେ ଲୋକଙ୍କ ପାଖକୁ ଯାଆନ୍ତୁ । ଲୋକଙ୍କ ସମସ୍ୟା ବୁଝନ୍ତୁ । ସେମାନଙ୍କ ପ୍ରତିଟି ସମସ୍ୟା ଶୁଣି ମତେ କୁହନ୍ତୁ ଆଉ ତାର ସମାଧାନ କରନ୍ତୁ ବୋଲି ନବୀନ ତିର୍ତ୍ତୋଲର ନୂଆ ବିଧାୟକ ବିଜୟ ଶଙ୍କରଙ୍କୁ ପରାମର୍ଶ ଦେଇଛନ୍ତି ।

ସେହିପରି ବାଲେଶ୍ୱରର ବିକାଶ ଦାୟିତ୍ୱ ନେଇଥିବା ନବୀନ ବିଜୟ ପରେ ବାଲେଶ୍ୱରବାସୀଙ୍କ ପାଖରେ ଋଣୀ ଥିବା କହିଛନ୍ତି । ବିଜେଡି ପ୍ରାର୍ଥୀଙ୍କ ବିଜୟ ପାଇଁ ଧନ୍ୟବାଦ ଦେଲେ ସୁପ୍ରିମୋ ନବୀନ ପଟ୍ଟନାୟ । କରୋନା କାଳରେ ପ୍ରଚାର ଏତେ ସହଜ ନଥିଲା । ମାତ୍ର ଦଳର ବିଜୟ ପାଇଁ ଆପଣ ସବୁ ନିୟମ ମାନି ଯେଉଁ ପରିଶ୍ରମ କରିଛନ୍ତି ସେଥିପାଇଁ ଧନ୍ୟବାଦ ।ଭୂତାଣୁ ଭୟ ଭିତରେ ଘରୁ ବାହାରି ଭୋଟ ଦେଇଥିବା ସମସ୍ତ ଜନତାଙ୍କୁ ଧନ୍ୟବାଦ ଦେଲେ ନବୀନ । ତେବେ ବାଲେଶ୍ୱରର ବିକାଶ ଜାରି ରଖନ୍ତୁ ନୂଆ ବିଧାୟକ ବୋଲି ସ୍ୱରୂପଙ୍କୁ ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ ।